STORYMIRROR

Panchanan Jena

Abstract Inspirational

4  

Panchanan Jena

Abstract Inspirational

ମଣିଷ ପଣିଆ

ମଣିଷ ପଣିଆ

1 min
248


ଯାହାର ଭାବନା ଚେତନା ଯେମିତି

ଯାହାର ବିଚାର ସଂସ୍କାର ଯେମିତି

ଆଚାର ବ୍ୟବହାର

ଆବରଣ ବିଚରଣ

ଆଭୂଷଣ ଆକଳନ

ବ୍ୟକ୍ତିତ୍ଵ ପ୍ରକାଶନ ଦିଶୁଥାଏ ସେମିତି

ସାମାଜିକ ଗୁଣଗାନ ଶୁଭୁଥାଏ ସେମିତି ।


ଚଢେଇ ପାଇଁ କିଏ ପାଣି ରଖେ ଛାତରେ ?

ଫାସ ବସାଏ ଧରିମାରି ଖାଇବାକୁ ହାତରେ 


ମାଙ୍କଡକୁ କିଏ ଫଳ ଦିଏ କାଢି ପୂଜାଡ଼ାଲାରୁ?

ବାଟୁଳି ଖଡ଼ା କିଣେ ଭଗେଇବା ପିଜୁଳି ଗଛରୁ


ଷଣ୍ଢକୁ ଜୁହାର କରି ବାସିରୁଟି ଖୋଏଇଥାନ୍ତି

କାଛିରେ ବରଗଛେ ବାନ୍ଧି ଭୋକରେ ମାରନ୍ତି


ଅନ୍ଧକୁ ଟଙ୍କାଏ ଦେବାକୁ ଖୁଚୁରା ଗଣୁଥାନ୍ତି

ବାଇକ ପଛରେ ବସେଇ ଠିକଣାରେ ଛାଡନ୍ତି


ଭଗବାନ ଅଛନ୍ତି କି ନାହିଁ 

ଅନୁଶୋଚନା କାହିଁ ?

ଠାକୁର ଦର୍ଶନ ଦେବେ କି ନାହିଁ

ଆତ୍ମଗ୍ଳାନି ଯମାରୁ ନାହିଁ ?

ବଳିୟାର ଭୁଜ ସାହା ହେବେ କି ନାହିଁ

ଖୋଜିବାର ନାହିଁ ?


ମଣିଷ ଆମେ ମଣିଷପଣିଆ ଝରୁଥାଉ

ଅନ୍ୟ ଜୀବ ଜଗତ ପାଇଁ

ମନରେ ଚିନ୍ତାରେ

ବଚନ କର୍ମରେ

ବାକ୍ୟ ସ୍ଫୁରଣରେ

ଦୟା କ୍ଷମା ସ୍ନେହ ସମ୍ମାନର କଢ଼ ଫୁଟୁଥାଉ ।


Rate this content
Log in

Similar oriya poem from Abstract