ମଣିଷ ଏକ ସାମାଜିକ ପ୍ରାଣୀ
ମଣିଷ ଏକ ସାମାଜିକ ପ୍ରାଣୀ
ମନୁଷ୍ୟ ପଶୁ ପକ୍ଷୀ କୀଟ ପରି
ପ୍ରାଣୀ ଅଛନ୍ତି ଯେତେ
ହୃଦୟ ଭିତରେ ଛବିଳ ଭାବ ସଦା
ସର୍ବତ୍ର ବିଦ୍ୟତେ ।
ଜନମି ଅଛନ୍ତି ବିଭିନ୍ନ ମଣିଷ ଏହି
ପୃଥିବୀ ବକ୍ଷରେ
ମଣିଷ ଏଠି ବନ୍ଧା ହୁଏ ସେମାନଂକ
ସହ ଭାବନାରେ ।
ମଣିଷ ଭାବନାରେ ଅଛି ବିବିଧତାର
ଭାଷଣ ବିବିଧ ଭୂଷଣ
ଭିନ୍ନ ଭିନ୍ନ ମାର୍ଗରେ ସରବ ମଣିଷର
ଅଟେ ଜୀବନ ଦର୍ଶନ ।
ମଣିଷ ମନ ମନ୍ଦିରରେ ଅଛି ବିରହ
ମିଳନର ସ୍ବର
ଭାବନା ସତ୍ୟ, ଶିବ, ସୁନ୍ଦର, ସାମ୍ୟ
ଆଉ ମୈତ୍ରୀର ।
ରହିଛି ଖସଡ଼ା ଶିଉଳି କାମନାରୂପୀ
ପୋଖରୀ ତୁଠର
ମଧ୍ୟ ରହିଅଛି ସେ ଲେଲିହାନ ଶିଖା
ଅପବାଦର ଡର ।
ବୃଦ୍ଧ ବାଳକ, ପୁରୁଷ ମହିଳା, ନାସ୍ତିକ
ଅବା ଧାର୍ମିକ ହେଉ
ବ୍ୟକ୍ତି ରାଜା ଅବା ଦୁଃଖି ରଙ୍କି ଅରକ୍ଷିତ
ଭୁଭୁକ୍ଷୁ ହେଉ ।
ଆବେଗ, ମୋହ, ମୋହାଛନ୍ନ ସ୍ବପ୍ନ ତ
ଅଛି ସମସ୍ତଙ୍କର
ଜୀବନ ଯୌବନ କ୍ଷଣସ୍ଥାୟୀ ପାଣିର
ଫୋଟକା ସାରୁ ପତ୍ର ଉପର ।
ଚାଲିବାକୁ ପଡେ ଅଗମ୍ୟା ଗମନ ଅମା
ଅର୍ଗଳି ପଥର
ପ୍ରତ୍ୟେକ ମନୁଷ୍ୟ ନିର୍ଭରଶୀଳ ଅନ୍ୟର
ସମ୍ବେଦନଶୀଳତାର ।
ତେଣୁ ତ ମଣିଷକୁ ଏକ ସାମାଜିକ
ପ୍ରାଣୀ କୁହାଯାଏ
ଗଣ ପାଇଁ ଏକ ମନୁଷ୍ୟର ଜୀବନକୁ
ପଣ ଲଗା ଯାଏ ।