ମଣିଷ ଏବେ ଅମଣିଷ ହୋଇଛି କି?
ମଣିଷ ଏବେ ଅମଣିଷ ହୋଇଛି କି?
ସଂସ୍କୃତି ଉଚ୍ଛନ୍ନର ଆଜ ଖୁବ୍
ଜୋରରେ ଚର୍ଚ୍ଚା ହୁଏ
ମଣିଷ କୁଆଡେ ଅମଣିଷ ହୋଇଛି
ବୋଲି କୁହାଯାଏ ।
ଦେଶ କାଳ ବର୍ଣ୍ଣ ସମାଜ ସଂସ୍କୃତି
ମର୍ଯ୍ୟାଦାର ବାଣୀ
ମଣିଷର ଏକାନ୍ତ ଅଟେ କର୍ତ୍ତବ୍ୟ
କର୍ମ ସମସ୍ତେ ଜାଣି ।
କର୍ତ୍ତବ୍ୟ କର୍ମରେ ନିତ୍ୟ ପବିତ୍ରତା
ର ଅଛି ସ୍ଥାନ
ସମାଜ ହିତ କର୍ମ କଲେ ଜୀବନ
ହୁଏ ମହାନ ।
ଯୁଗେ ଯୁଗେ ପବିତ୍ର ଭାବନାର କର୍ମ
ଅଟେ ଧରମ
ପ୍ରେମମୟ ଅମୃତମୟ ଜୀବନଚର୍ଯ୍ୟା
ତାହାର ମର୍ମ ।
କୁହ ତାକୁ ଯଜ୍ଞ କ୍ରିୟା ଅବା ଅନ୍ୟ କିଛି
କର୍ମ ସ୍ୱରୂପ ତାର
ରଖିଥିବା ସଦା ମନେ ତାହାର ମହାନତା
ଓ ମାଧୁର୍ଯ୍ୟତାର ।
ସ୍ଵାର୍ଥ ବିଭେଦ ବିଷମତା ଘୃଣା ଅବା
ପକ୍ଷପାତିତା
ବିଷ ସଦୃଶ ସେଗୁଡିକ ସୃଷ୍ଟି କରେ ମଣିଷ
ମଣିଷେ ଦୂରତା ।
କେଉଁ ଯୁଗେ କୁହ ସେଗୁଡିକ ସବୁ ଦେଖା
ନଥିଲା
ସବୁ ଯୁଗେ ସେଗୁଡିକ ମଣିଷକୁ ଛଟପଟ
କରେ ଭଲା।
ଭଲ ଲାଗୁ ଅବା ମନ୍ଦ ଲାଗୁ ନଛାଡ଼େ
ତାହା ମଣିଷକୁ
ଶିକ୍ଷା ଦୀକ୍ଷା ଥାଉ ତାହା ନଛାଡେ
ସର୍ବୋଚ୍ଚ ଅଧିକାରୀଂକୁ
ଯେଉଁ ମଣିଷର କର୍ତ୍ତବ୍ୟ ପାଳନରେ
ଥାଏ ସଦା ମତି
ସେ ଅଟେ ସାଧନା ତାହା ଯଜ୍ଞ ନାମରେ
ଅଛି ତ ଖ୍ୟାତି ।
ଏହି ଅପ୍ରିୟ ସତ୍ୟକୁ ଯିଏ ସର୍ବଦା ମନ
ଭିଚରେ ରଖିଅଛି
ସାମାଜିକ କଳଙ୍କ କେବେ ତାହା ଠାରେ
ନଲାଗିଛି ।
ମାୟାଜାଲରେ ପଡି ସେ ତ କେବେ
ଠକାମିରେ ପଡେନା
ଯେତେ କଷ୍ଟ ହେଲେ ମଧ୍ୟ, ତାର ମନକୁ
ଅଶାନ୍ତି ଛୁଏଁନା ।
