STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ମଣିଆ

ମଣିଆ

2 mins
254


ମଣିଆରେ...

ଆ ଫେରିଆ ମଣିଆ ତୋର ଗାଁକୁ

ବାପ ଅଜା ଚଉଦ ପୁରୁଷର ଭିଟାମାଟିକୁ

ଆପଣା ଲୋକଙ୍କ ପାଖକୁ ମାଆର କୋଳକୁ!!

କାହିଁକି ପଡି ରହିଛୁ ସେ ବଡ଼ ସହରରେ?

ଯେଉଁଠି ଜୀବନ ସଢୁଛି ଧୂଳି ଧୂଆଁର ବିଷରେ

ସକାଳରୁ ସଞ୍ଜ ସମୟ ବିତୁଛି ଧାଁଦୌଡ଼ରେ

ଆକ୍ତାମାକ୍ତା ତୁ ହୋଇଯାଉ ବହୁରୂପୀଙ୍କ ମେଳରେ

ବଡ଼ ସହରର ଚିକିମିକି ଝିଲିମିଲି ମାୟାବୀ ଆଲୁଅରେ

ହୋଇଯିବୁ ତୁ ଦିନେ ଜଳକା ଦିନ ଦିପହରରେ!!

କି ସୁଖ ପାଉଛୁ ସେଇ ପରଦେଶରେ?

ଯାହା ପାଇଁ ତୁ ଖଟୁଛୁ ତାର କି ଅଛି

କାଣିଚାଏ ଦରଦ ତୋହର ଦୁଃଖ ଦୁର୍ଦ୍ଦଶାରେ

ଭୟଙ୍କର ଜନ୍ତୁଟିଏ ରହେ ସେଇ ବଡ଼ ସହରର

ନିର୍ଜୀବ ନିଷ୍ପ୍ରାଣ କଂକ୍ରିଟ୍ ଜଂଗଲରେ

ରକ୍ତମୁଖା ସେ ଲିଭାଏ ଅଦିମ ପିପାସା

ଲଭଇ ସଂତୃପ୍ତି ଆନର ଶୋଣିତ ପାନରେ!!

କାହାକୁ ମଣୁଛୁ ନିଜର ଏଠିରେ ମଣିଆ?

ଯେଉଁଠି ନାହିଁ କାହାରି ପାଶେ ଟିକେ ବି ମଣିଷପଣିଆ

ଏଠି କାହାର ବି କିଛି ଫରକ ପଡେନା ତୋ ପରି

ମଳିମୁଣ୍ଡିଆ ମଣିଷଟେ ପାଇଁ ତୋର ହାନିଲାଭରେ

ଫୁଟପାଥରେ ଶୋଇଥିବା ବେଳେ ଚାଲିଯିବ

କେବେ ତୋର ପ୍ରାଣ ଜାଣିବି ପାରିବୁ ନାହିଁ!!

ଦି' ପଇସା ରୋଜଗାର ପାରିବୁ ତୁ କରି

ଏମିତିରେ ବି ଗାଁମାଟିରେ ତୋହରି

ତେଲ ଲୁଣର ସଂସାରକୁ ହେବନି ଅଭାବ

ଚଳିଯିବୁ ତୁ ଭାଇପଣରେ ମିଳିମିଶି କରି

ତୁ ନିଜର ବୋଲି ଭାବୁଥିବା ଏଇ ବଡ଼ ସହର

ତୋତେ କେବେ ବି ନେବନି ଆଦରି!!

ଆଉ କେତେ ଦିନ ଦାଦନର ଦୁର୍ନାମ ମୁଣ୍ଡେଇ ଜୀଇଁଥିବୁ?

ଆପଣା ଲୋକଠୁ ଦୂରେ ଥାଇ ଲୁଚି ଲୁଚି କାନ୍ଦୁଥିବୁ?

କି ଶାନ୍ତି ମିଳୁଛିରେ ତୋତେ ପରଘର ଭାତରେ?

ସବୁ ଜାଣି ବି ତୁ କାହିଁକି ଅଜଣା ହେଉଛୁ ମଣିଆରେ?

ଆ ଫେରିଆ ମଣିଆ ତୋ ମାଟିମାଆର କୋଳକୁ

ଦେଖିବୁ କେତେ ସୁଖ ଶାନ୍ତି ରହିଛି ସେଠାରେ

ମାଟିମାଆର ଡାକ ଶୁଣି ଫେରିଆ ଧନ ଥରେ

ମାଆର ପରାଣ ତୋତେ ଦେଖିବାକୁ ଝୁରି ମରେ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract