STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ମନେପଡ଼େ

ମନେପଡ଼େ

1 min
235


ଯଦି ଦେଖି ପାରୁଥିବୁ ସେପାରିରୁ ମା

ଫେରି ଆ.. ଏପାରିକୁ  ଆଉ ଥରେ,

ଭିଜିଭିଜି ଯାଏ ନିଦ ଆଖିର ଲୁହରେ

ଯେବେ ତୋ. କଥା ମୋ ମନେପଡ଼େ।।

ମୁଣ୍ଡ ତଳେ ହାତ ତଳ ତକିଆ ବି

ଓଦା ଓଦା ଅନୁଭବ କରନ୍ତି ଲୋ,

ଫୁଲା ଫୁଲା ତୁଳା ଶୋଷି ନିଅନ୍ତି ବି

ରାତି ପାହିଲେ ତଥାପି ଜଣାପଡ଼େ।

ଯେବେ ତୋ..କଥା ମୋ.. ମନେପଡ଼େ।।

ତୁ ଗଲୁଣି ଲୋ କାହିଁ କେତେ କାଳୁ

ଆଜି ବି ତଥାପି ଭୁଲି ପାରିନାହିଁ ,

ମୋ ପାଖେ ପାଖେ ଏଇଠି କୋଉଠି

ବସି ଦେଖୁଛୁ ଯେମିତି ଜଣାପଡ଼େ ।

ଯେବେ ତୋ..କଥା ମୋ.. ମନେପଡ଼େ।।

ତୋ ଝାଳ ପୁଛା ପଣତ କାନି ରେ

କେବେ ପୋଛି ଦେଉଥିଲୁ ମୁହଁକୁ ମୋ,

ସେଇ ଝାଳୁଆ ବାସନା ମମତା ର

ଯେବେ ଝାଳ ବୁହେ ମୋ.. ମନେ ପଡ଼େ।

ଯେବେ ତୋ..କଥା ମୋ..ମନେପଡ଼େ ।।

କାନ୍ଦ ଲାଗୁଛି ଲୋ କାନ୍ଦି ପାରୁନାହିଁ

କବିତା ଲେଖି ମନକୁ ମନାଉଛି

ଛାତି ତଳ କୋହ ଆଖି ତଳ ଲୁହ

ଶବ୍ଦବଦ୍ଧ ହୋଇ ନିରବେ ନିଗିଡ଼େ।

ଯେବେ ତୋ..କଥା ମୋ..ମନେପଡ଼େ ।।


Rate this content
Log in

Similar oriya poem from Abstract