ମନେପଡେ
ମନେପଡେ
ସୁଖ ଦୁଃଖ ଭରା ଜୀବନର ଧାରା
ବର୍ତ୍ତମାନ ଅଙ୍କ କଷି
ଅତୀତ ହୃଦୟେ ଭାଲେ ଭବିଷ୍ୟତ
ଭାଗ୍ୟ ଦୋଳି ପାଏ ଫାଶୀ ।
ବରଷ ବିତିଲା ମନେ ଭୟ ରଖି
ଶୂନ୍ୟେ ହୁଏ ଅଟ୍ଟହାସ
କରୋନା ହାତରେ ଯମର ଦଉଡ଼ି
ନିତି ପ୍ରାଣେ ଭୟ ତ୍ରାସ ।
ବୃଦ୍ଧ ଜନ୍ମଦାତା ଛାତିରେ ପଥର
ସନ୍ତାନ ମରଣ ଦେଖି
କରୋନା ପୀଡ଼ିତ ବୋଲି ହୁଏ ମୃତ
ନଛୁଇଁ ଅଶ୍ରୁଳ ଆଖି ।
ପୁରିଲା ବରଷ ଲିଭାଇ ହରଷ
କିଛି ସ୍ୱସ୍ତି ଜନଗଣ
ମୁଖେ ତୁଣ୍ଡି ବାନ୍ଧି ବ୍ୟବଧାନ ରଖି
ଗମନା ଗମନେ ରଣ ।
ମୁଣ୍ଡ ଗଣତିରେ ମହୋତ୍ସବ ହୁଏ
ଭିଡକୁ ଡରିଲେ ଲୋକ
କେତେ କଳାକାର ସାମ୍ବାଦିକ ପ୍ରାଣ
ମରଣେ ଲୋତକ ଶୋକ ।
ଚଉଦିଗେ ଭାସେ କାଳିମା ତମସା
ଋଦ୍ଧ ବିଦ୍ୟାପୀଠ ଦ୍ଵାର
ଶିକ୍ଷା ବାଧାଗ୍ରସ୍ତ ବ୍ୟବସାୟ ଧ୍ୱସ୍ତ
ଧରା କଣ୍ଠେ ଦୁଃଖ ହାର ।
କଳଙ୍କିତ ଏଇ କରୋନା ଅଧ୍ୟାୟ
କେବେ ଯେ ବିଲୁପ୍ତ ହେବ
ଆଗାମୀ ବରଷ ସତେ ସୁଖେ ଯିବ
କାନ୍ଦ ନେଇ ହସ ଦେବ ।
