STORYMIRROR

Sadananda Sahoo

Romance Tragedy

3  

Sadananda Sahoo

Romance Tragedy

ମନେ ପଡେ ତୁମ କଥା

ମନେ ପଡେ ତୁମ କଥା

1 min
481


ମନ ଆକାଶରେ ତୁମ ଛବିଭାସେ

ଦିନରାତି ଅବିରତେ

ସମୟ ସ୍ରୋତରେ ତୁମେ ହଜିଗଲ

ଝୁରୁଚି ମୁଁ' ଆଜି ସତେ !!


ସବୁ ପ୍ରେମସ୍ମୃତି ରଖିଛି ସାଇତି

ପ୍ରେମ ଫରୁଆରେ ମୋର

ପ୍ରେମ ଇତିହାସ କରେ ଉପହାସ

ମୁଁ'କାହିଁ ସାଜିଲି ପର !!


ପ୍ରୀତିର ଚୁମ୍ବନ ତୁମେ ଦେଇଥିଲ

ପାଶୋରି ପାରୁନି ମନୁ

କାହିଁକି କେଜାଣି ଭୁଲିଗଲ ସାଥୀ

ମୋତେ ତୁମେ ଜାଣୁଜାଣୁ !!


ବରଷା ରାତିରେ ଆମେ ଭିଜିଥିଲେ

ପ୍ରେମଗୀତ ଗାଇଗାଇ

ପ୍ରେମ ପରଶରେ କହିଥିଲ ତୁମେ

ଚୁମ୍ବନ ଆଙ୍କିବା ପାଇଁ !!


ପ୍ରେମଭାବନାରେ ଜୋଛନା ରାତିରେ

ଆମେ ବୁଲୁଥିଲେ ଏକା

ତାରାଫୁଲ ଦେଖି କହିଥିଲ ସଖୀ

ପ୍ରେମର କଜଳ ଟୀକା !!


ଭାଗ୍ୟବିଡମ୍ବନା ମୁଁ ଆନମନା

ପଥହୁଡି ଚାଲିଗଲ

ସିନ୍ଥୀରେ ତୁମର ଆଉ କା'ସିନ୍ଦୁର

ହୃଦୟକୁ ଜାଳିଦେଲ !!


ପ୍ରେମ ଦୁନିଆରେ ମୁଁ' ଖୋଜିବୁଲେ

ତୁମରି ସରାଗ ହସ ;

ମୁଁ'ପ୍ରେମୀ ପାଗଳ ଦୁଃଖ ମୋ' ଅସହ୍ୟ

ଦେଇ ଯାଆ ପ୍ରିୟା ବିଷ !!


ମରିବା ଆଗରୁ ଦେଖନ୍ତି ମୁଁ' ଥରେ

ତୁମରି ଚନ୍ଦ୍ରମା ରୂପ ;

ଏଇ ଅବୋଶୋଷ କରମୋର ଶେଷ

ଦେଇପ୍ରିୟା ଅଭିଶାପ !!


ସଦାନନ୍ଦ ସାହୁ

ଧୁରୁସିଆ ; କଟକ

(ଜଣେ ସହୃଦୟ ପାଠକଙ୍କର ଅନୁରୋଧର କବିତା )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance