STORYMIRROR

PRABHAS KUMAR MOHAPATRA

Abstract

3  

PRABHAS KUMAR MOHAPATRA

Abstract

ମନ୍ଦିର

ମନ୍ଦିର

1 min
277

କି ସୁନ୍ଦର ମୋର ଘର ଯେ ମନ୍ଦିର

ବାପା ଯେ ବଡ଼ ଠାକୁର

ମାଆ ତ ମୋହର ଲକ୍ଷ୍ମୀ ଯେ ଘରର

ଠାକୁରାଣୀ ମନ୍ଦିର ର


ଭାଇ ଟି ମୋହର ଅତି ଯେ ନିଜର

ଭଉଣୀ ଭାରି ସୁନ୍ଦର

ଜେଜେ ବାପା ମାଆ ଘରର ମୂରବି

ଚାଲେ ନିୟମ ତାଙ୍କର


ବୈକୁଣ୍ଠ ସମାନ ଲାଗେ ମୋର ଘର

ଝରେ ସ୍ନେହ ପ୍ରେମ ଝର

ପରସ୍ପର ପ୍ରତି ସ୍ନେହ ପ୍ରେମ ପ୍ରିତି

ହୁଏନା ଊଣା କାହାର


ଏକାଠି ବସିଣ କରୁ ଯେ ଭୋଜନ

ସଭିଏଁ ଆମେ ସାଥୀରେ

ଭାରି ମିଠା ଲାଗେ ବ୍ୟଞ୍ଜନ ବି ଯେତେ

ମା ରାନ୍ଧି ଦେଲେ ହାତରେ


ଆସିଲେବି ଯେତେ ବାତ୍ୟା ଯେ ପଛକେ

ଏକାଠି ରହିଛୁ ସହି

ପାରିନାହିଁ ଭାଙ୍ଗି କେହିବି କେବେବି

ପ୍ରେମର ନିଡ ଯେ ଏହି


ଏମିତି ମନ୍ଦିର ଜୀବନ୍ତ ଠାକୁର

ଅଛନ୍ତି ସେ ମନ୍ଦିରରେ

ସବୁଠୁ ସୁନ୍ଦର ଲାଗଇ ମନ୍ଦିର

ଏହି ଯେ ମର୍ତ୍ୟ ପୁରରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract