STORYMIRROR

Rajat Kumar Nayak

Inspirational Romance

2  

Rajat Kumar Nayak

Inspirational Romance

ମନ

ମନ

1 min
2.7K


ରିପି ଝିପି ବରଷା ରେ ଭିଜା ମାଟି ବାସ୍ନା

ସେଇ ନଦୀ ତୁଠ ଆଉ ଚାନ୍ଦିନୀର ଜ୍ୟୋତ୍ସ୍ନା

ଶୀତଳ ମଳୟ ଆଜି କିଛି ସ୍ମୃତି ନେଇ

କିଛି କ୍ଷଣ ପାଇଁ ନିଏ ମନକୁ ଚୋରେଇ....

ବାଦଲ ତୁ ଅମାନିଆ କେବେଠାରୁ ହେଲୁ

ନିଜେ ହେଲୁ ଆଉ ମୋର ମନକୁ ବି କଲୁ....

ନିଜେ ସିନା ଚାଲିଗଲୁ ଟିକିଏ ବରଷି

ମନକୁ ହୃଦୟ ପାଇଁ କଲୁ ପରଦେଶୀ....

କେତେ ନିବେଦନ କରେ ଅବୁଝା ମନକୁ

ମନ କିନ୍ତୁ ଫେରେ ନାହିଁ ହୃଦୟ ପାଖକୁ....

ଆରେ ଅବୁଝା ବାଦଲ ଯଦି ବରଷିଲୁ

ସ୍ମୃତି କୁ ସାଥିରେ ଧରି କାହିଁକି ନ ଗଲୁ....

ମନ ଆଜି ସ୍ମୃତି ସହ କେଉଁ ପ୍ରେମ ରଙ୍ଗେ

ରଙ୍ଗି ଯାଇ ହୃଦୟକୁ ପରିଚୟ ମାଗେ....

ଚିହ୍ନା ହୃଦୟ କୁ ଆଜି ପର କରିଦିଏ

ହୃଦୟ ବି ନିରବରେ ସବୁ ସହିଯାଏ....

ଜାଣିଛି ସେ ମନ ତାର ଭାରି ଅଭିମାନୀ

ତାକୁ ଛାଡି କେବେ ସିଏ ରହିପାରିବନି ......



ରଜତ କୁମାର ନାୟକ

ଜେ ଇ - ୨୦୦, ଜଗଦା

ରାଉରକେଲା

ମୋ : ୯୪୩୭୧୫୨୬୮୮

ଇ ମେଲ : rajatnayak867@gmail.com


Rate this content
Log in

Similar oriya poem from Inspirational