STORYMIRROR

Rajat Kumar Nayak

Tragedy

3  

Rajat Kumar Nayak

Tragedy

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
401

କାହାର କାଉଁରି ସ୍ପର୍ଶ ରେ 

ଏତେ ଆକର୍ଷିତ ହେଇଗଲ

ବିନା ଦ୍ବନ୍ଦ ରେ ବିନା ଚିନ୍ତା ରେ

ଏକ ଅଜଣା ନିସ୍ତବ୍ଧ ଇଲାକାରେ

ନିଜ ପାଇଁ ଏକ ପାନ୍ଥଶାଳା ଗଢିଦେଲ

ସତରେ କଣ ତୁମେ ସ୍ବାର୍ଥପରତା ର

ସବୁ ସୀମା ଲଂଘି ସମସ୍ତ ଙ୍କୁ

ଏତେ ପର କରିଦେଲ ..... 

ତୁମେ ତ ଚଉଁରା ମୂଳରେ ଜଳୁଥିବା

ମାଟି ଦୀପ ର ସେ ଲେଲିହାନ ସଳିତା ଥିଲ

ସତରେ କଣ ସେ ଦୀପ କୁ ଏକ

ବିଧଗ୍ଧ ମାଟି ବୋଲି କହି ପରିହାସ କରୁଥିଲ

ନା .........

ଜହ୍ନ ର ଜୋତ୍ସ୍ନା କୁ ଦେଖି କିଛିଟା

ଈର୍ଷ୍ୟା ରେ ନିରବରେ ଲିଭିଗଲ ....

ହଁ ତୁମର ଆତ୍ମା ନିଶ୍ଚୟ ଦେଖୁଥିବ

ବିନା ବାଦଲରେ ନିଶ୍ଚଳ ଆକାଶରେ

ଅଜଣା ଆଷାଢ ର କିଛି ଛୋଟ ଛୋଟ ବିନ୍ଦୁ

ଏଇ ଚଞ୍ଚଳ ଆଖିରୁ ବହିଯାଉଥିବ ...

ଆଉ ତାର ଉଷ୍ମତା ର ପ୍ରଭାବ 

ଏଇ ଶୁଷ୍କ ଓଠରେ ସ୍ପଷ୍ଟ ଦେଖାଯାଉଥିବ ..

ମୁଁ ଜାଣି ପାରୁଛି ତୂମେ ଗଲାପରେ

ତୁମ ଆତ୍ମା ବହୁତ ନିଷ୍ଠୁର ହେଇଯାଇଛି ...

ତୂମେ ଆଉ ଫେରିବନି

ହେଲେ ଅନେକ ଅଭିମାନ ରଖି ତୁମକୁ

ଶ୍ରଦ୍ଧାଞ୍ଜଳି ଦେଇଯାଉଛି ....


(ଅଭିନେତ୍ରୀ ଦୀପା ସାହୁଙ୍କ ସ୍ମୃତି ରେ)


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy