STORYMIRROR

Rajat Kumar Nayak

Inspirational

4  

Rajat Kumar Nayak

Inspirational

'ମୁଁ ' ର ଅସ୍ତିତ୍ୱ

'ମୁଁ ' ର ଅସ୍ତିତ୍ୱ

1 min
367

ସତେ ଯେମିତି ମୁଁ

ଏକ ନିର୍ଜନ ପାନ୍ଥଶାଳାର

ପରିତ୍ୟକ୍ତ ଓ ଜରାଜୀର୍ଣ୍ଣ ପ୍ରାଚୀର 

ନିଜର ଅସ୍ତିତ୍ବର ହସ୍ତାକ୍ଷର ଖୋଜୁ ଖୋଜୁ

ପାଇଯାଏ ଅନେକ ସ୍ମୃତିଚିହ୍ନ

ଅନେକ ଅଜଣା ସ୍ପର୍ଶର

ଆଉ କିଛିକ୍ଷଣ ପାଇଁ ଖୁସିରେ

ଆତ୍ମହରା ହେଇଯାଏ ।


ପୁଣି ବେଳେବେଳେ ଲାଗେ

ସତେ ଯେମିତି ମୁଁ ଥୁଣ୍ଟା ଗଛ ଟିଏ

ରାସ୍ତାରେ ଅନେକ ଆଗନ୍ତୁକ

ଉପେକ୍ଷା କରି ଚାଲି ଯାଆନ୍ତି,

ବିଚଳିତ ଲାଗେ,

ପୁଣି ଦେଖେ ବାଇଚଢେଇ ର ସେ

ଛୋଟିଆ ନିଡକୁ, 

ଅସହାୟ ବୋଲି ପର କରିଦେଇନି

ଅନେକ ଶାନ୍ତ୍ବନା ମିଳେ

ବୟସର କ୍ଳାନ୍ତ ଅପରାହ୍ନ ରେ 

ଥକି ଯାଇଥିବା ଏ ଶରୀର ବି

ଶିହରିତ ହେଇଯାଏ ।


ଇଚ୍ଛା ହୁଏ ସ୍ମୃତିର ସିନ୍ଦୁକକୁ

ଆଉ ଥରେ ଖୋଲିବାକୁ

ସାଉଁଟି ରଖିଥିବା ପ୍ରତ୍ୟେକ ଜିନିଷକୁ

ଅତି ସନ୍ତର୍ପଣରେ ଖୋଜୁ ଖୋଜୁ

ମିଳିଯାଏ ସେ ଛୋଟ ଆଇନାଟି

ଆଉ ଯେତେବେଳେ ତାର ଭଙ୍ଗାକାଚ

ମୋର ପରିଚୟର ପ୍ରମାଣପତ୍ର ମାଗିଦିଏ

ନିଜ ଆଗରେ ନିଜକୁ ଅଚିହ୍ନା ଲାଗେ

ଆଉ ବିଚଳିତ ହେଇ ଫେରୁ ଫେରୁ

ନଜର ପଡିଯାଏ ସିନ୍ଦୁକ ଉପରେ

ଲେଖା ହେଇଥିବା ମୋ ନାଁ ଉପରେ

ଲୁ୍ହ ଭରା ଆଖିରେ ବି ମନଖୋଲି

ହସିଦିଏ ...... କାରଣ

ମୋର ପରିଚୟ ମିଳିଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational