STORYMIRROR

Rajat Kumar Nayak

Abstract Others

3  

Rajat Kumar Nayak

Abstract Others

ସମ୍ପର୍କର ଦୂରତା

ସମ୍ପର୍କର ଦୂରତା

1 min
11.8K

ନିଜ ପରିଚୟ ନିଜେ ତୁ ହଜେଇ

ଅଚିହ୍ନା ମଣିଷ ସାଜି

ସଭ୍ୟତାର ମିଛ ଆସ୍ତରଣ ତଳେ

ଶ୍ବାସରୁଦ୍ଧ ନିଜେ ଆଜି

କେଉଁ ସହରରେ କେମିତି ଅଛୁ ତୁ

ଏ ମାଟି ଝୁରୁଛି ତତେ

ପ୍ରଚଣ୍ଡ ଖରାରେ ମାଟିର ଆର୍ଦ୍ରତା

ଦେଖି ଦୁଃଖ ଲାଗେ ମତେ

ଏଇ ସହରର ପ୍ରତି ଚଲାପଥେ

ତୋର ସ୍ମୃତି ଲୁଚିଅଛି

ତୋଅରି ପାଦର ପ୍ରତିଟି ସ୍ପର୍ଶକୁ

ଆଦରରେ ସାଇତିଛି

ଅବିଶ୍ୱାସ ଯଦି ଅଛି

ଥରୁଟିଏ ଖାଲି ଆସି ତୁ ଦେଖିଯା

କେତେ ତତେ ଝୁରୁଅଛି

ମୋହମାୟା ସବୁ ମିଛ ଆଶ୍ବାସନା

ଖାଲି ଦିଏ ପ୍ରତାରଣା

ନିଜ ପରିଚୟ କାହିଁକି ଲୁଚେଇ

ନିଜେ ହେଉ ବାଟବଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract