STORYMIRROR

Rajat Kumar Nayak

Others

3  

Rajat Kumar Nayak

Others

ସଂକ୍ଷିପ୍ତ ସ୍ୱପ୍ନ

ସଂକ୍ଷିପ୍ତ ସ୍ୱପ୍ନ

1 min
153

କୂଳିନୀ କୂଳରେ କୁମୁଦକାନ୍ତର

ପ୍ରତିବିମ୍ବ ଦେଖି ଦେଲି

କୋପଜ୍ୱଳିତ ସେ କୋମଳ ମୁହଁକୁ

ହୃଦୟ ପାରୁନି ଭୁଲି


ସେ ଦୁଇ ଆଖିର କୈଶିକାକର୍ଷଣ

କରୁଥିଲା ବଶୀଭୂତ

ଗ୍ରୀଷ୍ମାର୍ତ୍ତ ଆଜି ମୁଁ ତୃଷାର୍ତ୍ତ ସ୍ମୃତିର

ଶୀହରଣେ ବିମୋହିତ


ଜୀବନ ଯନ୍ତ୍ରଣା ଲାଗେ ଭାରି ଭାରି

ଶ୍ୱାସରୁଦ୍ଧ ଏ ଭାବନା

ଝରିଯାଏ ଲୁହ ଭିଜିଯାଏ ଓଠ

ମନ ଆଜି ବାଟବଣା


ସ୍ମୃତିର ଖୁସିରେ ସ୍ୱପ୍ନ ଆଜି ଖେଳେ

ରାତି ବାକିଥାଏ ଅଳ୍ପ

ପାହିଗଲେ ରାତି ଜୀବନ ଟା ଲାଗେ

ଅଳ୍ପ ଦିନର ଗଳ୍ପ


ବିକ୍ଷିପ୍ତ ଶବ୍ଦର ସମାହାରେ ଗଢା

ସଂକ୍ଷିପ୍ତ ଶବ୍ଦଟେ ସିଏ

କିଏ କହେ ତାକୁ ଉନ୍ମାଦ ଭାବନା

କିଏ କହେ ସ୍ୱପ୍ନଟିଏ


ହୃଦୟକୁ ଆସେ ହୃଦୟକୁ ଭାଙ୍ଗେ

ନୁହେଁ ସିଏ ସ୍ୱାର୍ଥପର

ଯନ୍ତ୍ରଣା ବି ଦିଏ ସାନ୍ତ୍ୱନା ବି ଦିଏ

ପ୍ରତିକ୍ଷଣେ ପ୍ରତି ଥର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍