STORYMIRROR

Rajat Kumar Nayak

Inspirational

3  

Rajat Kumar Nayak

Inspirational

ସ୍ନେହ ର ପ୍ରତିଶବ୍ଦ

ସ୍ନେହ ର ପ୍ରତିଶବ୍ଦ

1 min
618

ଜଣାପଡେ ନାହିଁ କିଛି ପାର୍ଥକ୍ୟ

ଦୁୁୁଇଟି ହୃଦୟ ଭିତରେ

କିିିଛି ସାମଞ୍ଜସ୍ୟ ନଥାଏ

ସେ ସ୍ନେହଭରା ସ୍ପର୍ଶ ରେ

ଅନାବିିଳ ମମତା ଭିତରେ

କିଏ ପାଖରେ ଥାଇ କରୁଣ ଚାହାଣୀ ରେ

ପଚାରେ .......

ଦେହ ଭଲ ଲାଗୁନି କି ବାପା ରେ ?

ଆଉ କିଏ ଦୂରରେ ଥାଇ ବିଚଳିତ ହେଇ

ପଚାରେ .....

କେମିତି ଅଛୁ ବାବୁ ରେ ? 

ଜଣେ ମା ଆଉ ଜଣେ ତା ପ୍ରତିରୂପ

ସିଏ ତ ମା ର ପ୍ରତିଶବ୍ଦ

ହଁ ସିଏ ଭଉଣୀ .... 

କେବେ ବି ଅନୁଭବ କରିହୁଏନା

କେବେ ବି ତୁଳନା କରିପାରେନା

ଦୁହିଁଙ୍କର ନିସ୍ବାର୍ଥ ଆତ୍ମୀୟତା କୁ

କାହିଁକି ଜାଣିଛ ?

ମୋର ପରିଚୟ ଦୁଇଟି ଠିକଣା

ମା ର ହୃଦୟରେ ଆଉ

ଭଉଣୀ ର ସ୍ପନ୍ଦନ ରେ .... 

ରାକ୍ଷୀ ହୁଏତ ଏକ ପରମ୍ପରା ର

ପ୍ରତୀକ ହେଇପାରେ

ହେଲେ ସ୍ନେହ ଶ୍ରଦ୍ଧା ମମତା ର ପ୍ରତୀକ

ମା ର ପଣତ ରେ ଥାଏ ....

ଆଉ ଭଉଣୀ ଆଶ୍ବାସନା ରେ ଥାଏ 

ଆଉ ସତରେ ମୋ ନିଜର ଆତ୍ମତୃପ୍ତି

ଦୁହିଁଙ୍କ ଓଠରେ ଦୁଇ ଧାର 

ହସ ରେ ଥାଏ ....

ଆରେ ଯେବେ ପଚାରି ଦିଏ

ଦେଈ ଲୋ ରାକ୍ଷୀ ବଦଳରେ କଣ ନେବୁ

ବାସ୍ ଟିକେ ହସିଦେଇ କହିଦିଏ 

ବାବୁ ରେ ତୋ ହସର ସେଲ୍ଫି ଟିକେ

ହ୍ବାଟ୍ସ ଆପ୍ ରେ ପଠେଇ ଦେବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational