STORYMIRROR

Rajat Kumar Nayak

Inspirational

3  

Rajat Kumar Nayak

Inspirational

ମା

ମା

1 min
255

ଶାଶ୍ୱତ ସିଏ ଚିରନ୍ତନ ସିଏ

ସମ୍ପର୍କର ଏକ ସୁଦୃଢ ସେତୁ ଟେ ସିଏ

ଏକ ବନ୍ଧନ ସେ ହେଲେ କାରାଋଦ୍ଧ ନୁହେଁ

ଏକ ଉନ୍ମାଦନା ଭରା ଉନ୍ମୁକ୍ତ ଭାବନା ସିଏ

ହୃଦୟର ନିଶବ୍ଦ ସ୍ପନ୍ଦନ ର      

ଏକ ଭାବାତ୍ମକ ଶବ୍ଦ ଟେ ସିଏ

ନିମଗ୍ନ ମନରେ ସ୍ମୃତି ର ପ୍ରତିଛବି

ହଁ ପ୍ରେମ ସିଏ ଆଉ ପ୍ରେରଣା ସିଏ।


ମୋ ଉପରେ ତାର ସମ୍ପୂର୍ଣ୍ଣ ଅଧିକାର

ମୋର ସମସ୍ତ ସ୍ମୃତି ର ସନ୍ତକ

ଲୁଚି ରହିଛି ତା ଶାଢ଼ୀର ପଣତରେ

ଆଜି ବି ପାଦ ଆଗକୁ ବଢିଲେ

କ୍ଳାନ୍ତ ବୟସରେ ଗମ୍ଭୀର ସ୍ବରରେ

ତାଗିଦ୍ କରେ ..... ଆରେ

କୁଆଡେ ଯାଉଛୁ ତୁ ଏ ସମୟରେ

ଆଉ ତା ପରିଚୟ

ମୋ ମା ସିଏ।

             

       


Rate this content
Log in

Similar oriya poem from Inspirational