ମନ ର ମନ
ମନ ର ମନ
ମନ ର ମନ
ମନ ଖୋଜୁଥାଏ ମନଟେ ସବୁଠି
କହିବlକୁ ମନ କଥା
ମନ ଲାଖି ମନ ମିଳିଗଲେ ସାଥୀ
କମି ଯାଏ ମନ ବ୍ୟଥା (୧)
ମନ ମନକଥା ଅନ୍ତର ର ବ୍ୟଥା
ଅନ୍ତରଙ୍ଗ ବୁଝି ଥାଏ
ମନୁଆଁ ମନଟା ଟିକିଏ ସ୍ନେହ ରେ
ହସି ଦୋଳି ଖେଳୁଥାଏ (୨)
କେବେ ହସୁଥାଏ କେବେ ଋଷୁଥାଏ
ମନର ମାନସୀ ପାଇଁ
କେବେ ସପନରେ ଘୁରିବୁଲୁ ଥାଏ
ଗାଏସେ ହୃଦୟ ଛୁଇଁ (୩)