STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ମନ ପ୍ରାଣ ହୁଏ ଅଥୟ

ମନ ପ୍ରାଣ ହୁଏ ଅଥୟ

1 min
111

ଦୁଃଖ ର‌ପାହାଡ କରୋନା ର ଡର

ଆସୁଅଛି ମାଡ଼ି ମାଡ଼ି 

କାୟା ବିସ୍ତାରୁଛି ଘୋର ଜଳେ “ନଦ-

ନଦୀ” ରେ ଯେପରି ବଢ଼ି


ସହସ୍ର ଜୀବନ ନେଲାଣି ଆଗକୁ

କହି ହେଉନାହିଁ କିଛି

କି ହେବ ଆଗକୁ ଚିନ୍ତା ମାଡିପଡେ

ହଜି ଯାଉଅଛି ବୁଦ୍ଧି


ପୁତ୍ର, କନ୍ୟା ପରିଜନ କିଏ କାହିଁ

ଯିଏ ଯେଉଁଠାରେ ଅଛି

ସେଠାରେ ସେ ବନ୍ଦି ଜୀବନ କଟାଏ

ଉପାୟ ତ ନାହିଁ କିଛି


ଚାଷିର ଫସଲ ଜମିରେ ପଡିଛି

ବେପାରି “ମୁଣ୍ଡରେ ହାତ

ଦେଇ” ଘରେ ବସି ଲୁହ ଗଡାଉଛି

ଚକର ଖାଉଛି ମୁଣ୍ଡ


ତ୍ରେୟୋଦଶ ଦିନ ହେଲାଣି ଆଜକୁ

କମିବାର ନାଁ ଧରୁନି

ମଣିଷ ବାପୁଡ଼ା ନିରାଶ୍ରୟ ଆଉ

ଆଖିରୁ ବି ଲୁହ ଝରୁନି


ନିର୍ବାକ ହେଲାଣି ମଣିଷ ସମାଜ

ନାରାକରଣ ର ଉପାୟ

ଏ ଯାଏଁ ପାଉନି ବିକଳେ ମଣିଷ

ମନ ପ୍ରାଣ ହୁଏ ଅଥୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract