STORYMIRROR

ସ୍ମିତା ତ୍ରିପାଠୀ

Tragedy

3  

ସ୍ମିତା ତ୍ରିପାଠୀ

Tragedy

ମନ ମୋର

ମନ ମୋର

1 min
22.8K


ଜୀବନର ପଥେ ପଥେ ଚାଲୁ ଚାଲୁ

କଣ୍ଟାରେ ଝୁଣ୍ଟି ପଡେ

କୂଳେ କୂଳେ ଚାଲୁ ଚାଲୁ

ପାଦ ଛନ୍ଦି ହୁଏ ବାଲି ରେ ।।

ଆଜି ଖୋଜି ବୁଲେ ତତେ ମୁଁ

ନିର୍ଜନ ବେଳା ଭୂମି ପରେ ବସି

ତୁ କିନ୍ତୁ ଯାଇଛୁ ଆର ପାରେ

ଆଣିବାକୁ ମୋ ସପନ ଖୋଜି ।।

ତୋରି ସ୍ମୃତିରେ ଆଖି ମୋର ହସିଦିଏ

ହୃଦୟ ହୁଏ ଛନ ଛନ

ନିର୍ଜନ ବେଳା ଭୁମେ

ସାଗର ଗରଜେ ଘନ ଘନ ।।

ସେ ଶବ୍ଦ ଶୁଣିବାକୁ ନ ଥାଏ

ମୋର ମନ

ମନ ଯାଇ ବସିଥାଏ ଅପେକ୍ଷାର

କେବେ ଆସିବ ମୋ ଜୀବନ ।।

ତୋରି ବିନା ତ ହସି ହୁଏନା

ତୋରି ବିନା ରହି ହୁଏନା

ମୁହୂର୍ତ୍ତ ସବୁ ଲାଗେ

ବର୍ଷ ବର୍ଷ ପରି

ତୁ ପାଶେ ଥିଲେ

ସମୟ ଯାଏ ସରି ।।

ତୋରି ହାତେ ଛନ୍ଦି ମୁଁ

ଖୋଜେ ଶାମୁକା

ତୁ କିନ୍ତୁ ଖୋଜୁ

ମୋ ମନର ମୁକୁତା।।

ତୋରି ସାଥେ ବସି ମୁଁ ଚୁମେ

ବସନ୍ତର ମଳୟ

ତୋରି ଓଠେ ମୁଁ ଛୁଇଁ ଦିଏ

ସ୍ପର୍ଶ ଅଙ୍ଗୁଳିର ।।

ତୋରି ଗାଲରେ ମୁଁ

ଖୋଜୁଥାଏ ଭଉଁରୀ

ତୋରି ସ୍ପର୍ଶରେ

ଖେଳିଯାଏ ମୋ ଦେହେ ଲହରୀ ।।

ଆଜି ତୁ ନାହୁଁ ପାଶେ

ଖୋଜି ବୁଲେ ତତେ ମନେ

ତଥାପି ତତେ କଥା ଦେଇଛି

ବୋଲି ତ ଚାତକ ପରି ଚାହେଁ

ସପନ ର ରାସ୍ତେ ।।


ସ୍ମିତା ତ୍ରିପାଠୀ

ଖଲାରୀ ,ଅନୁଗୁଳ

759132


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy