STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ମନ ମନ୍ଥନ

ମନ ମନ୍ଥନ

1 min
282

ସଂସାରର ଅନିତ୍ୟ ଭୋଗବିଳାସରେ ମାତି

ମନ ମୋର ଭୁଲିଯାଏ ସ୍ବର୍ଗୀୟ ଆହ୍ବାନ

ରୋଗ ବ୍ଯାଧି କଲେ ଦେହକୁ ଗ୍ରାସ

ମନ ହୁଏ ବ୍ୟାକୁଳ ବ୍ୟସ୍ତ ବିବ୍ରତ

ସେବେ ଆସେ ମନେ ଐଶ୍ବରିକ ଭାବନା

ଦିବ୍ୟ ଚେତନାରେ ଭୁଲି ହୋଇଯାଏ

ଯେତେ ସବୁ ମୋହ ମାୟା ଆଶା ବିଡମ୍ବନା।


ଇଛା ହୁଏ ଆସ୍ବାଦନ କରିବାକୁ

ପ୍ରଭୁ ପଦାରବିନ୍ଦର ଅମିୟ ପିୟୁଷ ଧାରା

ଚୁମ୍ବିବାକୁ ଦେବତାଙ୍କ ଶୁଭ୍ର ସିଂହାସନ

ଅସହ୍ୟ ବେଦନା ଯାତନାରେ ଜର୍ଜରିତ

ହେଲେ ତନୁ ମନ ଗଭୀର ଅସହାୟତାରେ

ମନେପଡେ ସ୍ବର୍ଗୀୟ ଶାଶ୍ଵତ ସତ୍ଯ ଚିରନ୍ତନ।


ବିଭୁ କୃପାରେ କଷ୍ଟ ହେଲେ ଉପଶମ

ମନ ମୋର ପୁଣି ଲୋଟେ ପାପର ପଙ୍କରେ

ମଜ୍ଜିରହି ସୁଖ ସମ୍ଭୋଗରେ ଅଜର ଅମର

ହୋଇ ବଞ୍ଚିବାକୁ ଆଶାର ମିନାର ତୋଳେ

ଆକାଂକ୍ଷାର ମହାସାଗରରେ ପାଏନି ଥଳ କୂଳ

କରିବାକୁ କରଗତ ସମସ୍ତ ପାର୍ଥିବ ସୁଖ

ଲାଗି ପଡେ ଧାଁଦୌଡ଼ରେ ଅହର୍ନିଶି

ନା ମାନେ ନୀତି ନା ବିବେକ କବଚ

କେବଳ ପ୍ରାପ୍ତି ହିଁ ପ୍ରାପ୍ତି ଏକମାତ୍ର ଲକ୍ଷ୍ୟ।


ଯେତେ ପ୍ରବଚନ ଶାସ୍ତ୍ର ପୁରାଣ ଶ୍ରବଣରେ

କି ଏ ମନ ମୋର ବୁଝେ କିଛି

ନା ବୁଝିବାକୁ ଚେଷ୍ଟା କରେ

ଦୁଃଖ କଷ୍ଟ ବେଦନା ଯାତନା

ଭରା ଜୀବନର ଗୁଢ଼ ରହସ୍ୟ

ସଦାସର୍ବଦା ସେ ତ ଆଶା କରେ

ଆସ୍ବାଦିବା ପାଇଁ କେବଳ ହିଁ କେବଳ

ଜୀବନ ସମ୍ଭୋଗର ଚିରସ୍ରୋତା ମଧୁରସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract