ମନ ଝରଣା
ମନ ଝରଣା
ଝରି ଝରି ଝରଣା ଯେପରି ବହେ
ମନ ଝରି ଥିରି ଥିରି ତା କାହାଣୀ କହେ l
ଏ ମନରେ କେତେ କଥା ହୋଇ ସାଇତା
ମନ ଫରୁଆ ରେ ଅଛି ଅନେକ ବ୍ୟଥା l
ପ୍ରିୟ ପାଶେ ଯେବେ ମନ ହଜାଏ
ଝରଣାର କୁଳୁ କୁଳୁ ସୁରେ ଗୀତକୁ ଗାଏ l
ଅସରନ୍ତି ଗପ କେତେ ବଖାଣି ଯାଏ
ଜହ୍ନ ଯେବେ ରାତିରେ କଇଁକୁ ପାଏ l
ମନ ଅଗଣାରେ କେତେ ଫୁଲ ଫୁଟାଇ
ପ୍ରିୟ ପାଶେ ବିଞ୍ଚି ଦିଏ ହୋଇ ଫୁଲେଇ l
ଅଭିମାନୀ ପ୍ରିୟାକୁ ପ୍ରିୟ ତା ବୁଝେ
ତା ମନର ବଣିକ ତା ପ୍ରିୟ ସାଜେ l
ନିରବେ ନିରବେ ଯେବେ ଲୁହ ଗଡା଼ଏ
ପ୍ରିୟର କଥା ସବୁ ମନେ ପକାଏ l
ଟିକେ ପାଏ କେବେ ପ୍ରୀତି ଝରଣା
ସଜାଏ ମନେ କରି ଫୁଲ ଗହଣା l
ଥିରି ଥିରି ଚାଲେ ସୁରେ ପାଉଁଜି ସୁର
ମନ ଗାଇ ଯାଏ ପୁଣି ହୋଇ ଅଧିର l
ମନ ଝରି ଝରି ତା ସପନେ ଭିଜେ
ସାଇତା ମୋତିକୁ ପୁଣି ହଜାଇ ଖୋଜେ l
ନିତି ତା ଛବି କୁ କାନଭାସରେ ଆଙ୍କି
ପ୍ରୀତିଭରା ରଙ୍ଗ ସବୁ ମୁଖରେ ମାଖି l
ଏ ମନରେ ଯେତେ ସାଇତା ସ୍ମୃତି
ଅପାସୋରା ଅସରନ୍ତି ଅକୁହା ପ୍ରୀତି l
ମନ ବାଗିଚାରେ ନିତି ଆସେ ପରଜାପତି
ରଙ୍ଗେଇ ମଧୁ ଶୋଷି ଯାଏ ତ ହଜି l
ସାଗରେ ଆସେ ଯେତେ ତରଙ୍ଗ ଜୁଆର
ମନ ଝରଣାରେ ହଯାଏ ସୁରକୁ ତାର l
ମନେ ମଜି ଗୀତାର ଦିଏ ବଜେଇ
କେତେ ରଙ୍ଗେ ପୁଣି ନିଜକୁ ସଜେଇ l
ପ୍ରୀତିର ପରଶ ପାଏ ମଧୁବନରେ
ସତରେ ମନ ଝରଣା ଝରି ଯାଏରେ l