STORYMIRROR

Anupama Sahu

Tragedy

3  

Anupama Sahu

Tragedy

ମନ ଅରଣ୍ୟ

ମନ ଅରଣ୍ୟ

1 min
173

ତୁମେ ତ କହି ଦେଲ 

ଭୁଲି ଯିବାଟା ନିହାତି ସହଜ 

ମୁଁ କିନ୍ତୁ ଭୁଲିବା ଇଛାରେ 

ଯେତେଥର ଆଗକୁ ବଢିଛି 

ଛନ୍ଦି ହୋଇ ଯାଏ ପାଦ ଯୋଡା 

ସଂପର୍କର ଅଛିଡା ଜାଲରେ 

ଯେଉଁଠି ପ୍ରତ୍ୟେକ ଗଣ୍ଠିରେ 

ତୁମ ପ୍ରୀତିର ସ୍ୱାକ୍ଷର 

ବାଟ ଓଗାଳେ 

ଭୁଲି ପାରେ ନାହିଁ ଜମା 

ତୁମ କଥା ଭାବି ଭାବି 

ବଢିଯାଏ ମନର ଦହନ 

ଦଗ୍ଧୀଭୂତ ମନ ଅରଣ୍ୟେ 

ସାଉଁଣ୍ଟୁ ଥାଏ ତୁମ ପାଦ ଚିହ୍ନ

ହାତ ଛାଡି ଥଳ ପାଏ ନାହିଁ 

ଅଧୁରା ସପନ 

ଆଖିରେ ଆଦ୍ୟ ଆଷାଢର ବନ୍ୟା 

ତଥାପି ମନ କହେ 

ହୁଏତ ତୁମେ କୋଳେଇ ନେଇ 

ଜାକି ଧରିବ ତୁମ 

ବିଶାଳ ବକ୍ଷରେ 

ବଞ୍ଚିବାର ସାହାରା ପାଇଯିବି 

ମରି ପୁଣି ଜନ୍ମ ନେବି 

ତୁମ ପାଇଁ ଯୁଗ ଯୁଗ ଧରି। 


         

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy