STORYMIRROR

Biswanath Nayak

Abstract

2  

Biswanath Nayak

Abstract

ମନ ଆଇନା ---------

ମନ ଆଇନା ---------

1 min
253

ମୁଁ ନୁହେଁ କାଚ ଆଇନା ନିର୍ଜୀବ ,ନିଷ୍ପ୍ରାଣ , 

ଯାହା ଥରେ ଭାଙ୍ଗିଗଲେ ଯୋଡ଼ି ହୁଏନାହିଁ

ଯେଉଁଥିରେ ଝଲସେନି ଆଉ କେବେ

ସିମନ୍ତିନୀ ମଥାର ସେ ସୁହାଗ ସିନ୍ଦୂର

ପ୍ରିୟତମର ପ୍ରେୟସୀ ତା ଆଗରେ ବସି

ଆଉ କେବେ ସଜାଏନା ତା କବରୀ

ସୁବାସିତ ରଜନୀଗନ୍ଧାରେ

ମୁଁ ଅଟେ ମନ ଆଇନା

ମୋ ଭିତରେ ଅଫୁରନ୍ତ ସ୍ନେହ ଆଉ

ପ୍ରେମର ଜୁଆର , 

ସବୁ ବିଦ୍ୱେଷ , ଘୃଣାକୁ

ବଦଳାଇ ଦେବାପାଇଁ ଅମୃତ ଧାରାରେ

ମୋ ଭିତରେ ବନାନୀର ଘନ ସବୁଜିମା

ଶୋଷି ନେବାପାଇଁ ସବୁ ନିଦାଘ ତାତିକୁ

ମୋ ଭିତରେ ସାଗରର ଗଭୀରତା

ଆପଣେଇ ନେବାପାଇଁ ନଦୀର ସ୍ରୋତକୁ

ମୋ ଭିତରେ କେତେ ଆଶା , କେତେ ସମ୍ଭାବନା

ନିଜେ ହସି ଦୁନିଆକୁ ହସେଇବା ପାଇଁ

କାଚର ଆଇନା ପରି

ମୁଁ କିପରି ଭାଙ୍ଗିଯିବି କାହା ଆଘାତରେ

ମୁଁ କିପରି ବୁଡ଼ିଯିବି ନିରାଶାର ଚକା ଭଉଁରୀରେ

ଆସୁ ଯେତେ ବାଧାବିଘ୍ନ , ଆସୁ ଯେତେ ଝଡ଼

ବଜ୍ର ସମ ଛାତି ପାତି ହସି ହସି ସହିଯିବି ସବୁ 

ଅଚଞ୍ଚଳ ହିମାଳୟ ପରି

ସବୁ ହଳାହଳ ପିଇ ନୀଳକଣ୍ଠ ସାଜି

ହସୁଥିବି ସଦା ମୁହିଁ ସଦାଶିବ ପରି

ସବୁ ଶୂଳର ଆଘାତ ମୋ ଦେହରେ ବାଜି

ହସି ଉଠୁଥିବ ସଦା

ନନ୍ଦନକାନନର ସେ ପାରିଜାତ ପରି

ତଥାପି ମୁଁ ଭାଙ୍ଗିବିନି କାଚର ଆଇନା ପରି ,

ନିଜେ ହସି ହସାଇବି ସାରା ଦୁନିଆକୁ

ପ୍ରାତେ ପୁରୂବ ଆକାଶେ

ହସି ହସି ଉଇଁ ଆସୁଥିବା

କଅଁଳିଆ ସୂରୁଜଟି ପରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract