ମମତାମୟୀ ମାଆ
ମମତାମୟୀ ମାଆ
ତ୍ୟାଗର ମୂରତି , କରୁଣାବାରିଣୀ,
ଜନ୍ମଦାତ୍ରୀ ମାଆ ବାତ୍ସଲ୍ୟ-ମମତାମୟୀ |
ଜଗତରେ ଶ୍ରେଷ୍ଠ ତାହାରି ସାଧନା
ରକ୍ତଦେଇ ଏ ଦୁନିଆକୁ ଗଢିଛି ସେହି ।।
ତା ଗର୍ଭଗୃହେ ଅତି ସରାଗରେ
ଜୀବନ ହେଲା ମୋ ଅୟମାରମ୍ଭ ।
ତା ପଣତକାନୀ ସୁଶୀତଳ ଛାଇ
ଚଳାପଥେ ଭରିଦେଲା କେତେ ସୌରଭ ।।
ଆଖି ଲୁହ ଛିଂଚି ଖତ,ସାର ଦେଇ
ଛୋଟ ଚାରାଟିକୁ ବଡ଼ ବୃକ୍ଷ କରିଲା ।
କଂଚା, ପଥୁରିଆ ମଟାଳ ମାଟିକୁ
ନିଜ ରକ୍ତ, ମାଂସେ ନୂତନ ଆକୃତି ଦେଲା ।।
ଥିଲି ସୁନାପୁଅ ତା କୁଳନନ୍ଦନ
ସେନେହେ ଡାକୁଥିଲା ନୟନତାରା ।
କହୁଥିଲା ତାର ଅସମୟେ ବୃଦ୍ଧାକାଳେ
ତାର ଅନ୍ଧରଳଉଡି ହେବ ସାହାରା ।।
ବଡ଼ ଅଫିସର ହୋଇ ,ସୁନ୍ଦରୀ ସ୍ତ୍ରୀ ପାଇଲି,
ମାୟା ବନ୍ଧନରେ ନିଜକୁ ହଜେଇ ଦେଲି ।
ସ୍ତ୍ରୀ ବ୍ଯୟବରାଦରେ ବ୍ଯସ୍ତ ରହି ପୁଣି
ମାଆର ମମତା ସବୁ ଭୂଲି ମୁଁ ଗଲି ।।
ଭୂଲିଗଲି ଭୋକ ଉପାସରେ ରହି ଯିଏ
ଦିନେ ପେଟ ପୂରା ମୋତେ ଖୁଆଉଥିଲା ।
ସୁଖେ ନିଦ୍ରା ଯିବି ବୋଲି ନିଜ ସେଜ ଦେଇ
ନିତି ଓଦା ସେଜରେ ସେ ଶୋଉଥିଲା ।।
ଆଜି କୋଟିପତି ହୋଇ ମୁଁ ଗଲି,
ମମତା ବନ୍ଧନ ଛାଡି ଆସିଲି ।
ପାଇଲି ବଂଗଲା ,ପୋଷା କୁକୁର
ବୁଦ୍ଧାଶ୍ରମ ହେଲା ମୋ ମାଆର ଘର ।।
ଦେଇ ନାହିଁ କେବେ ସନ୍ତାନର ସେବା
ତାର ଅସମୟେ ଦୁର୍ଦ୍ଦିନେ ।
ମାଆ ବୋଲି ଆଜି କେମିତି ଡାକିବି,
ନିଜ କୁକର୍ମ ପାଇଁ ନିନ୍ଦିତ ହେଉଛି ମନେ ।।
ସଂସାର ପଥରେ ହାତ ଧରି ମୋର
ବାଟ ଚାଲିବା ଯିଏ ଶିଖେଇ ଥିଲା ।
ବଡ ହୋଇ ଆଜି ତାକୁ ଭୂଲିଗଲି
କୋମଳ ଓଠେ ଯେ ଭାଷା ସଂଚରି ଥିଲା ।।
ନିସ୍ବାର୍ଥପର ତା'ର ସ୍ନେହ ମମତା
କାର୍ଯ୍ୟ ଯାର ସଦା ଭଲପାଇବା ।
ସୂରକ୍ଷାକବଚ ଅଟେ ତାର ପ୍ରେମ
କଣ୍ଟକିତ ପଥେ ପୁଷ୍ପ ବୃଷ୍ଟି କରିବା ।।
ମା ପରି ଦେବୀକୁ ଗୃହ-ମନ୍ଦୀରରେ
ଯେଣୁ ସ୍ଥାନ ଟିକେ ଦେଇପାରିଲି ନାହିଁ ।
ଦାନଧର୍ମ କରି କୋଟି ଖର୍ଚ କଲେ
ମୁଁ ମଣିଷେ ଗଣନା ହୋଇବି କାହିଁ ।।
ତା' ସ୍ବପ୍ନ ମହଳ ପରିପୂର୍ଣ୍ଣ ହେଉ,
ସଂକଳ୍ପ ନିଅହେ ସନ୍ତାନ ଗଣ ।
ତା' ଚରଣ ତଲେ ଯୋଡ଼ ହସ୍ତ ହୋଇ
ନିତି ଅରପିବା ଶ୍ରଦ୍ଧା ସୁମନ ।।
ମାଆର ତୁଲନା ମାଆ ଏକା ସିନା
ତାହାକୁ କିଏ ବା ସରି ।
ଦିନ ରାତି ବସି ତା'ର ଗୁଣ ରାଶି
ଭାଷିଲେ କି ଯିବ ସରି ।।
