STORYMIRROR

Sunanda Mohanty

Abstract Fantasy Thriller

3  

Sunanda Mohanty

Abstract Fantasy Thriller

ମଳୟ

ମଳୟ

1 min
150

ମଳୟ ଲେଖିଛି ମତେ କାହିଁକି ଚିଠିଟେ 

ଝରା ଶେଫାଳୀ ସରି ଶବ୍ଦ ଗୋଟେଗୋଟେ 

ନିଝୁମ ରାତିରେ ଭାବେ ଅପାଙ୍କ୍ତେୟ କବିତାଟେ 

ପୁଣି ଜାଗେ ସ୍ମୃତିଝରା ଗଳ୍ପ ବୃକ୍ଷଟେ 

ମଳୟ ନିଶ୍ଚୟ ଆସିଛି ପଥ ପ୍ରାନ୍ତେ ହୋଇ ଶାମୁକାଟେ 

ମନେ ମୋର କାଇଁଚମାଳିଆ ଫୁଲ ଫୁଟେ 

ମଳୟ ପରଶେ ଆଜିକାଲି ସିନ୍ଦୁରା ଫାଟେ 

ମଳୟ ସକାଳେ ଦେଖେ ସୂର୍ଯ୍ୟ ସମ ପ୍ରତିବିମ୍ବ ଗୋଟେ 

ମଳୟ ତୁ ମାଦକଭରା ସ୍ବପ୍ନଭରା ରାତିଟେ 

ଓଦା କରୁ ମନ ହୃଦୟ କାହିଁକି ଲେଖି ଚିଠିଟେ 

ଅଳଙ୍କାର ଛନ୍ଦ ଲୟ ତାଳ ଭରି ଭାବର ସୁଅଟେ 

ଭାବିଛୁ କି ହେଇଯିବୁ ମହା ସମୁଦ୍ରଟେ

ଯିଏ କହେ ତୁ ଖାଲି ତୁଚ୍ଛା ପବନଟେ 

ମନେ ପଡେ ଜହ୍ନରାତିରେ ଦେଖିଥିବା ତୋ ଛାଇଟେ 

ମଳୟ ମଦିରା ଭରି ଆଙ୍କିଥିଲୁ ପ୍ରତିଛବିଟେ 

ଆଉ ବେଳାଭୂମି ବାଲୁକାରେ ଦେଖୁଥିଲି 

ଚତୁର୍ଦ୍ଧାଙ୍କୁ ବାଲୁକା ଶିଳ୍ପୀର ଚାରୁକଳା ଚିତ୍ରପଟେ 

ମଳୟ ତୁ ବହୁଥିଲୁ କିନ୍ତୁ ମୋ ଚାରିପଟେ 

ରହି ରହି ଶୁଭୁଥିଲା, ତୋ ଚିଠିର ଓଁ ଶବ୍ଦ ଗୋଟେ 

ଛାତି ଚିରି ଦେଖୁଥିଲି ତୋ ଶବ୍ଦର ଅମୃତ ମଣୋହୀଟେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract