ମଳୟ
ମଳୟ
ମଳୟ ଲେଖିଛି ମତେ କାହିଁକି ଚିଠିଟେ
ଝରା ଶେଫାଳୀ ସରି ଶବ୍ଦ ଗୋଟେଗୋଟେ
ନିଝୁମ ରାତିରେ ଭାବେ ଅପାଙ୍କ୍ତେୟ କବିତାଟେ
ପୁଣି ଜାଗେ ସ୍ମୃତିଝରା ଗଳ୍ପ ବୃକ୍ଷଟେ
ମଳୟ ନିଶ୍ଚୟ ଆସିଛି ପଥ ପ୍ରାନ୍ତେ ହୋଇ ଶାମୁକାଟେ
ମନେ ମୋର କାଇଁଚମାଳିଆ ଫୁଲ ଫୁଟେ
ମଳୟ ପରଶେ ଆଜିକାଲି ସିନ୍ଦୁରା ଫାଟେ
ମଳୟ ସକାଳେ ଦେଖେ ସୂର୍ଯ୍ୟ ସମ ପ୍ରତିବିମ୍ବ ଗୋଟେ
ମଳୟ ତୁ ମାଦକଭରା ସ୍ବପ୍ନଭରା ରାତିଟେ
ଓଦା କରୁ ମନ ହୃଦୟ କାହିଁକି ଲେଖି ଚିଠିଟେ
ଅଳଙ୍କାର ଛନ୍ଦ ଲୟ ତାଳ ଭରି ଭାବର ସୁଅଟେ
ଭାବିଛୁ କି ହେଇଯିବୁ ମହା ସମୁଦ୍ରଟେ
ଯିଏ କହେ ତୁ ଖାଲି ତୁଚ୍ଛା ପବନଟେ
ମନେ ପଡେ ଜହ୍ନରାତିରେ ଦେଖିଥିବା ତୋ ଛାଇଟେ
ମଳୟ ମଦିରା ଭରି ଆଙ୍କିଥିଲୁ ପ୍ରତିଛବିଟେ
ଆଉ ବେଳାଭୂମି ବାଲୁକାରେ ଦେଖୁଥିଲି
ଚତୁର୍ଦ୍ଧାଙ୍କୁ ବାଲୁକା ଶିଳ୍ପୀର ଚାରୁକଳା ଚିତ୍ରପଟେ
ମଳୟ ତୁ ବହୁଥିଲୁ କିନ୍ତୁ ମୋ ଚାରିପଟେ
ରହି ରହି ଶୁଭୁଥିଲା, ତୋ ଚିଠିର ଓଁ ଶବ୍ଦ ଗୋଟେ
ଛାତି ଚିରି ଦେଖୁଥିଲି ତୋ ଶବ୍ଦର ଅମୃତ ମଣୋହୀଟେ ।