STORYMIRROR

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ମଳିନ ମନେ, ପାଇବା କି ମାନ

ମଳିନ ମନେ, ପାଇବା କି ମାନ

1 min
165


କୁହ ଏଇ ସଂସାରରେ କିଏ ପର ?

କୁହ କିଏ ଆପଣାର ??

ନୁହଁନ୍ତି କି ଖାଲି ମିଛ ଆଶ୍ୱାସନା ??


କାମ ଥିଲା ଯାଏଁ,

ଦେଉଥିଲା ପର୍ଯ୍ୟନ୍ତ, 

ସମସ୍ତେ କୁହନ୍ତି,

ମୁଁ ତୁମର

କାମ ସରିଲେ, ରାସ୍ତା ଅଲଗା,

ପାଖ ଛାଡନ୍ତି ତୁମର, 


କୁହ ତୁମର,

ଅତି ନିଜର

ମୋ ତନ, ମନ ସବୁ ତୁମର,

ସ୍ୱାର୍ଥରେ ବାଧା ପଡ଼ିଲେ,

ରକ୍ତରେ ଖେଳନ୍ତି ଯେତେ ରକ୍ତର

ସମ୍ପର୍କିୟ


ସାତ ଜନ୍ମ ପାଇଁ ଯେ ତୁମର,

ମୃତ୍ୟୁ ଘଟିଲା ପରେ ଭୁତ ବୋଲି

ଶୁଦ୍ଧି ହୁଏନି କି,


ମଧୁମୟ ସୃଷ୍ଟିରେ ମାନବକୁ ଦିଅନ୍ତି ମାନ,

ମଳିନ ମନରେ, ମଜ୍ଜି ଗଲେ ପାଇବା କି ସେ ମାନ??

ମାନବ ଶରୀରେ ମାଧବ ହିଁ ବିଜେ,

ମଣିଷକୁ ଚାଲ ମଣିବା ସୃଷ୍ଟିର ଅମୂଲ୍ୟ ଦାନ,

ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ୱାର ନାମରେ କରିବାନି ବିଭାଜନ


ମନକୁ ମନାଅ ହେ ମଣିଷ

ମନ କର ପବିତ୍ର, 

ଦେଖ ମଣିଷ ହୃଦୟରେ, 

ମାଧବ ଯେ ବିଦ୍ୟମାନ ll


ଶ୍ରଦ୍ଧା ଭକତିରେ ବାନ୍ଧି ହୋଇ

ହୁଅ ମାନବୀୟ ଗୁଣ ଧରମର 

ମନ୍ତ୍ରେ ମନ୍ତ୍ରିତ

ମାନବ ସେବାରେ ହେବା ଦିକ୍ଷୀତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract