Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Romance

3  

Pratap Chandra Mishra

Romance

ମଲାଜହ୍ନ

ମଲାଜହ୍ନ

1 min
238



ସାକ୍ଷୀ ରହିଅଛୁ ନିରବେ ମଉନେ

ସବୁ ଦେଖି ଜାଣି ଶୁଣି,

ପ୍ରତିଶୃତି ଦିଆ ବିଶ୍ୱାସେ ଭରସି

ମନ ଦେଇଦେଲି ସେହି କ୍ଷଣି।।


ବିଶ୍ୱାସର ଡୋର ଥରେ ବାନ୍ଧି ଦେଲେ 

ସହଜେ ହୁଏନା ଭାଙ୍ଗି, 

ହୃଦ କନ୍ଦରେ ବସାଇ ଥିଲି

ପ୍ରତାରଣାବିହୀନ ଭାବି।


ମଧ୍ୟସ୍ଥତା ତୋର ଭାରି ଲାଗୁଛି

ପ୍ରତାରଣ ପ୍ରତାରକର ଛଳନା

ମଲାଜହ୍ନ ସାଜି ନିରବେ ଗଗନେ

ଦେଖୁଥାଉ କିଆଁ ମଉନା??



Rate this content
Log in

Similar oriya poem from Romance