ଭିଜା ଭିଜା ସ୍ମୃତି
ଭିଜା ଭିଜା ସ୍ମୃତି
ଭିଜା ଭିଜା ସାରା ଦିନ
ଭିଜା ଭିଜା ପୁଣି ଜାମିନୀ
ଭିଜି ଭିଜି ଝୁରେ ଏ ମନ
ପ୍ରେମେ ପ୍ରିୟା କାହିଁ ଭିଜେନି ।
ଜଳଦ କି ଢାଳୁଅଛି ଲୁହ
ମୋ ଅନ୍ତର ବେଦନା ବୁଝି
ଅବିଶ୍ରାନ୍ତେ ବାରି ଧାରା ତାର
ଦିବା ନିଶି ଯାଏ ବରଷି l
ଚୋରା ଚାହାଣୀରେ ବୁଲି ଚାହିଁଥିଲ
ଏମିତି ଝିପଝିପ ବରଷା ରେ
ଯୌବନ ଉପଵନେ ପାଦ ଥାପୁଥାପୁ
ମନହାରିଥିଲି ପ୍ରିୟେ ତୁମ ଠାରେ l
ସାଧବବୋହୂ ପରି ତୁମରତ ଚାଲି
ବର୍ଷାର ରୁଣୁଝୁଣୁ ସ୍ୱରେ ହୃଦୟରାଣୀ
ଗାଉଥିଲ ଗୀତ ମଧୁର ରାଗରେ
ଯେପରି ସେ ପ୍ରଣୟ ରାଗିଣୀ l
ଭିଜେଇ ଦେଇଗଲ ପ୍ରେମ ବର୍ଷାରେ
ହୃଦୟ କାନ୍ଥରେ ଝଲସେ ତୁମଛବି
ଫେରିଆସ ଥରେ ପ୍ରିୟା ଦେଖିଯିବ
ଆଜିବି ତୋ ବାଟଚାହିଁ ବସିଛି l
ସ୍ବପ୍ନରେ ଆସ ଆଗୋ ଅଳସୀ
ଲାଲଛତା ହାତ ତୁମ ଧରି
ବ୍ୟାକୁଳ ପରାଣ ତୃପ୍ତି ଲଭଇ
କୋକିଳ କଣ୍ଠସ୍ଵର ତୁମ ଶୁଣି l
ଫେଡ଼ିଲେ ନୟନ ସବୁତ ଶୂନ୍ୟ
ମରୁଭୂମି ମରୀଚିକା ପରି ଲାଗେ
ବରଷା ଭିଜାଏ ସିନା ଦେହ
ହୃଦୟ କୁହୁଳି କୁହୁଳି ଜଳେ l
ଲାଗିଗଲେ ଝଡି ସବୁକିଛି ହୁଡ଼ି
ବାତାୟନ ପାସେ ବସିପଡ଼େ
ଭିଜାସ୍ମୃତି ସବୁ ସମ୍ମୁଖ ମୋର
ନୃତ୍ୟ ରଚେ ବର୍ଷା ସାଥେ l

