STORYMIRROR

Anirudha Kund

Classics

3  

Anirudha Kund

Classics

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
498


ପେଡି ପୁଟୁଳି ଧରିଲାଣି କାକର   

ସୂରୁଜଙ୍କ ଗତି ହେଲାଣି ବକର ॥


ଦକ୍ଷିଣ ଭାସ୍କର ଚାଲିଲେ ଉତ୍ତର

କଅଁଳ କିରଣ ହୋଇବ ପ୍ରଖର ॥


ଧିରେ ଧିରେ ଖରା ବଢିବ ଏଥର

ଉତ୍କଳ ହୋଇବ ଉତ୍ସବ ମୁଖର ॥


ମକର ଚାଉଳ ଆହାକି ସୁନ୍ଦର

ଘରେ ଘରେ ଭରିବ ଭକ୍ତ ଉଦର ॥


ଦରଶନ କଲେ କାଳିଆ ଠାକୁର

ପୁଣ୍ୟ ମିଳିଯିବ କୋଟି ଜନମର ॥



Rate this content
Log in

Similar oriya poem from Classics