STORYMIRROR

Sunita Kar

Abstract Classics Others

3  

Sunita Kar

Abstract Classics Others

ମକର ସଂକ୍ରାନ୍ତି- ଏକ ସଂପର୍କର ଖିଅ

ମକର ସଂକ୍ରାନ୍ତି- ଏକ ସଂପର୍କର ଖିଅ

1 min
218



ମକର ଲୋ!

ଭାରି ମନେପଡୁ 

ଆଜି ଏ ଦିନରେ !

ପୋଷେ ମକର ଚାଉଳରେ 

ବାନ୍ଧିଥିଲେ ସ୍ନେହଡୋରି ଆମ।


କାହିଁ ଗଲା ସେ ମନାସଚମ୍ପା ଅଗ ?

ମନାସିଥିଲେ ଆମେ 

ରହିବାକୁ ସଦା 

ଦୁଇ ସଖି ପାଖେପାଖେ ।

ହେଲେ..

ଭାସି ଭାସି ଗଲେ ସମୟ ସୁଅରେ ।


ବେଶ୍ ଆନନ୍ଦିତ ଥିଲେ 

ପିଲାଙ୍କ ସିଡି ଚଢାରେ,

ଅନନ୍ତ ନୀଳାମ୍ବୁ ତଳେ 

ଚଳନ୍ତି ଅଭ୍ର ତୁଲ୍ୟ 

ବିତିଗଲା ଦିନ, ମାସ,ବର୍ଷ ।

ତୁ ଚାଲିଗଲୁ ସବୁ ଭୁଲି,ସବୁ ଛାଡି 

ଦୂର ପରଦେଶ,

ସାମିଲ ହେବାକୁ ତାଙ୍କରି ସୁଖରେ,

ହେବା ନହେବାର ହିସାବ ତ, 

ତୋରି ପାଖରେ ।


ଆଉ ମୁଁ ?

ପାରିଲିନି ମୁକୁଳେଇ ନିଜକୁ 

ଜନ୍ମମାଟିର ବନ୍ଧନରୁ,

ବଢିଲା ବୟସରେ 

ଏକାକୀତ୍ବର ବୋଝ ନେଇ 

ଆଧୁନିକ ବୃଦ୍ଧାଶ୍ରମରେ ଆଜି ମୁଁ ।


ହଁ ଲୋ ମକର !

ଆସିଲେ ମକର ସଂକ୍ରାନ୍ତି 

ମନେପଡୁ ଭାରି ତୁ।

      


Rate this content
Log in

Similar oriya poem from Abstract