STORYMIRROR

Dr.Priyadarshee Praharaj

Abstract Others

4  

Dr.Priyadarshee Praharaj

Abstract Others

ମକଚା ଫୁଲ

ମକଚା ଫୁଲ

1 min
440


ବାପା ମାଆଙ୍କ ବଗିଚା ରେ ପ୍ରଥମ କଢ ହୋଇ ଜନ୍ମି ଥିଲି ମୁଁ,

ପହିଲି ବସନ୍ତର, ସକାଳ ନିଦ ଭାଙ୍ଗିଲା କ୍ଷଣି କାକର ରେ ସତେଜ ଦିଶେ ମୁଁ।।

ମୃଦୁ ପବନ ଯେ ଭରି ଦିଏ ଶୀହରଣ

ପୂଳକି ଉଠେ ଛାତି,ଘୋଡାଇ ପାଖୁଡ଼ା ଆବରଣ।।


ଛନକା ପଶିଲେ ମନେ, ଲାଗେ ଡର କିମ୍ପାଇଁ,

ନିଜର ତ ବାପା,ମାଆ ଆଉ ଚାରି ପାଖ କଣ୍ଟା ରକ୍ଷା ପାଇଁ ।।


କଳ୍ପନା ଭାଙ୍ଗି କଣ୍ଟକ ଜଣାଏ ସେ ଆଶ୍ରୟ ପରିବର୍ତ୍ତେ ସର୍ବସମ୍ମତାର ସିମାବନ୍ଧନ,

ଚେତାଇ ଦିଏ ଭୁଲ୍ କରି ଏ ଜନ୍ମରେ କରିବନି ତାକୁ ଉଲଂଘନ।।


ବୁଝି ଯାଏ କଢ ସେ ଏବେ ସମାଜ, ସମ୍ପ୍ରଦାୟ ଓ ନୀତିଶାସ୍ତ୍ର ର କବଜାରେ,

ଲଂହି ଆସିଲେ, ମୁଁହ କଳା ହେବ, ବାସନ୍ଦ ହେବ ସମିତି ସଭାରେ।।


କଢ଼ଟି ଫୁଟିଲେ ସୋନ୍ଦର୍ଯ୍ୟ ବାସ ପ୍ରଘଟିତ ହୁଏ କୋଣ ଅନୁକୋଣ,

ଘ୍ରାଣ କେନ୍ଦ୍ରିତ କରି ଭଅଁର ଆଖ ପାଖ ଘୁରି ବୁଲନ୍ତି ହୋଇ ଆକର୍ଷଣ।।


କେତେ ଯେ ଲାଳସା,କେତେ ଯେ ଅଭିନୟ

ଭିନ୍ନ ଭିନ୍ନ ପ୍ରଯତ୍ନ ସଭିଙ୍କର,

ହେଲେ ଗୋଟେ ମାତ୍ର ଲକ୍ଷ୍ୟ ଶୋଷି ବାକୁ ମଧୁ କରି ମୋ ସ୍ୱାଭିମାନ ର ବଳାତ୍କାର।।


ସରି ଗଲେ ମହୁ,ମରି ଯାଏ ଇଚ୍ଛା, କମି ଆସେ ଭାବପ୍ରବଣତା,

ଫୁଲ ହୋଇ ନାରୀ, ନିର୍ଯାତିତ ହୁଏ ଭାରୀ, ହରାଏ ତାର ଅଭିନ୍ନତା ।।


ସେଇ ଫୁଲ ସହି ସବୁ କଷ୍ଟ , ରଖେନି କିଛି ଦ୍ୱେଷ, ବିସ୍ତାରେନି ଘୃଣା ଭାବ,

ସହିଷ୍ଣୁ ସାଜି ନାରୀ ମର୍ଯ୍ୟାଦା କୁ ସମ୍ଭ୍ରାନ୍ତ ପଥେ କରି ଚାଲିଛି ଠାବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract