ମିତଣୀ ଲୋ
ମିତଣୀ ଲୋ
ମିତଣୀ ଲୋ
ବଜାର ଯିବାକୁ ଲାଗୁଛି ଭୟ
ଟୋକାଏ ନୁହଁନ୍ତି ଜମାରୁ ଥୟ
ସୁସୁରି ମାରନ୍ତି ଆଗରେ ଲାଖି
ମାଆକି ଭଉଣୀ ନାହାନ୍ତି ଦେଖି
ମିତଣୀ ଲୋ
ଛାତିରେ ଛନକା ଯାଉଛି ପଶି
ଚପଳ ବୟସେ ଲାଗୁଛି ଦୋଷୀ
ଏଥିକୁ ଉପାୟ ଜାଣୁନି କିଛି
ଆଖିର ଲୁହକୁ ଯାଉଛି ପୋଛି
ମିତଣୀ ଲୋ
ଇଜ୍ଜତ ମହତ ଲାଗୁଛି ଡର
ଗୋଡ଼କୁ କାଢୁନି ଆଉ ମୁଁ ଘର
ମଦୁଆ ବାତରା ବେକାର ଯେତେ
ଜ୍ଞାନକୁ ହଜେଇ ପାଜିକୁ ସତେ
ମିତଣୀ ଲୋ
ଭାବୁଛି ଏବେ ମୁଁ କାହାର ହେବି
ବେଦିକୁ ଯିବିନା ଘରେ ମୁଁ ଥିବି
ଶୂନ୍ୟ ମୋ ଧାରଣା ପାଉନି କୂଳ
ଭାବୁଛି ଯାହା ମୁଁ ଶୈଶବ ମେଳ
ମିତଣୀ ଲୋ
ଅତୀତ ସପନେ ଭାଙ୍ଗୁଚି ନିଦ
ଭବିଷ୍ୟ ଅନ୍ଧାର ମନରେ ଖେଦ
ଶାସନ ଆଇନ୍ ହୁଗୁଳା ଲାଗେ
ଦେଶର ଉନ୍ନତି ଦିଶୁନି ବାଗେ
ମିତଣୀ ଲୋ
ଝିଅର ରୂପକୁ ତଉଲ ଗୁଣ
ଦୁନିଆ ରହନ୍ତା ଭାରତ ଟାଣ
ମନର ବେଦନା କହିଲି ଖୋଲି
ଜବାବ ଦେବୁଲୋ ମତେ ତୁ କାଲି
