STORYMIRROR

ତାରାପ୍ରସାଦ ଜେନା

Classics

2  

ତାରାପ୍ରସାଦ ଜେନା

Classics

ମିତଣୀ ଲୋ

ମିତଣୀ ଲୋ

1 min
392

ମିତଣୀ ଲୋ

ବଜାର ଯିବାକୁ ଲାଗୁଛି ଭୟ

ଟୋକାଏ ନୁହଁନ୍ତି ଜମାରୁ ଥୟ

ସୁସୁରି ମାରନ୍ତି ଆଗରେ ଲାଖି

ମାଆକି ଭଉଣୀ ନାହାନ୍ତି ଦେଖି


ମିତଣୀ ଲୋ

ଛାତିରେ ଛନକା ଯାଉଛି ପଶି

ଚପଳ ବୟସେ ଲାଗୁଛି ଦୋଷୀ

ଏଥିକୁ ଉପାୟ ଜାଣୁନି କିଛି

ଆଖିର ଲୁହକୁ ଯାଉଛି ପୋଛି


ମିତଣୀ ଲୋ

ଇଜ୍ଜତ ମହତ ଲାଗୁଛି ଡର

ଗୋଡ଼କୁ କାଢୁନି ଆଉ ମୁଁ ଘର

ମଦୁଆ ବାତରା ବେକାର ଯେତେ

ଜ୍ଞାନକୁ ହଜେଇ ପାଜିକୁ ସତେ


ମିତଣୀ ଲୋ

ଭାବୁଛି ଏବେ ମୁଁ କାହାର ହେବି

ବେଦିକୁ ଯିବିନା ଘରେ ମୁଁ ଥିବି

ଶୂନ୍ୟ ମୋ ଧାରଣା ପାଉନି କୂଳ

ଭାବୁଛି ଯାହା ମୁଁ ଶୈଶବ ମେଳ


ମିତଣୀ ଲୋ

ଅତୀତ ସପନେ ଭାଙ୍ଗୁଚି ନିଦ

ଭବିଷ୍ୟ ଅନ୍ଧାର ମନରେ ଖେଦ

ଶାସନ ଆଇନ୍ ହୁଗୁଳା ଲାଗେ

ଦେଶର ଉନ୍ନତି ଦିଶୁନି ବାଗେ


ମିତଣୀ ଲୋ

ଝିଅର ରୂପକୁ ତଉଲ ଗୁଣ

ଦୁନିଆ ରହନ୍ତା ଭାରତ ଟାଣ

ମନର ବେଦନା କହିଲି ଖୋଲି

ଜବାବ ଦେବୁଲୋ ମତେ ତୁ କାଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics