ମିଛୁଆ ମଣିଷ କାହାର ନୁହଁନ୍ତି
ମିଛୁଆ ମଣିଷ କାହାର ନୁହଁନ୍ତି
ଛୁଆ ଦିନୁ ହୃଦୟରେ ଅଛି ଇଛା
ମୋର
ହେବି ସୁଯୋଗ୍ୟ ସନ୍ତାନ ଭାରତ
ମାତାର ।
ସର୍ବ ମଣିଷ ସୁଖ କାମନା, ବିଶ୍ଵ
ମାତୃକାର
ଏ ତତ୍ତ୍ଵକୁ ଧରିଛି, ଯାହା ମୂଖ୍ୟ, ହିନ୍ଦୁ
ଧର୍ମର ।
ଦିନ ରାତି ପରି ସୁଖ ଦୁଃଖ ମଣିଷ
ଜୀବନ
ସୁନ୍ଦର ସମାଜ ହୁଏ, ଥିଲେ ସରଳ
ମଣିଷ ପଣ ।
କିଛି ମଣିଷ ପ୍ରକୃତି, ଆଶ୍ରୟ ନିଅନ୍ତି
ମିଥ୍ୟାର,
ସୁମଧୁର ରୂପ କାନ୍ତିରେ ହୁଅନ୍ତି
ଓସ୍ତାଦ ଅଭିନୟର ।
ମଧୁର ବଚନ, ଡ୍ରାମାଵାଜୀ ସୁନ୍ଦର
ସ୍ୱଭାବରେ,
ଜାଣି ପାରିବନି କୁଆଡେ ତାଙ୍କର
ଗତି ହୁଏରେ ।
ସେ ଲୋକ ମିଛ କଥାରେ ପ୍ରଲୋଭିତ
କରେ
ଧର୍ମ ନାମେ ଖାଲି ଆଧ୍ୟାତ୍ମିକ ଭାବ
ସେ କି ଚିନ୍ତିବ ସଂସାରେ ।
ମିଛୁଆ ମଣିଷ କାହାର ନୁହଁନ୍ତି,
ଅନ୍ୟକୁ ଠକନ୍ତି,
ନିରୀହ ମଣିଷ ସବୁ ଠକାମୀର
ଶିକାର ହୁଅନ୍ତି ।
ଦିଵ୍ୟ ଜ୍ଞାନ ସୃଷ୍ଟ, ଧର୍ମ ନିରପେକ୍ଷତା,
ମୂଖ୍ୟ ଚିନ୍ତାଧାରା,
ସମ୍ବିଧାନର ମୂଖବନ୍ଧରେ ସ୍ଥାପିତ ଏକ
ମୈ।ଳିକ ଧାରା ।
ସେହି ଚନ୍ଦନ ଚର୍ଚ୍ଚିତ ଗୁରୁ ଗମ୍ଭୀରର
ଭାଷା,
ମିଛୁଆ ମଣିଷ ଯୋଗୁଁ, ଆଜି ଯାଇଛି
ହଜି ସମାଜେ, ସେ ଆସ୍ଥା ଓ ଭରସା ।
ଏହା ନିଶ୍ଚିତ, ଜୀବନ ଯାହାର ଵିଶ୍ଵ
ସେଵା ଲାଗି,
ସେ ଅମୃତର ବାଣୀ ହାସଲ ପାଇଁ
ସୁପ୍ତ ପ୍ରାଣ ଉଠିବ ଦିନେ ଜାଗି ।
ଟଙ୍କା ପଇସା କେଇଟା ପାଇଁ ତୁ ଜନ
ଗଣ ଠାରୁ ଦୂରେଇ ଗଲୁ,
ପୁଂଜିପତି ପାଇଁ ମୋ ଦେଶର ଜଳ,
ଜମି, ଜଙ୍ଗଲ ବିକି ଦେଲୁ ।
ପେଟର ଭୋକ, ମନର ଦୁଃଖ, ଠକ
ଯିଏ, ଜାଣି କି ପାରିବ
ନୟନଭରା ଲୁହ ଥିବା ଶ୍ରମଜୀବୀ
ଜନ ଜାଗି ନିଶ୍ଚିତ ନୂଆ ଦୁନିଆ ଆଣିବ ।