STORYMIRROR

Panchanan Jena

Tragedy

4  

Panchanan Jena

Tragedy

ମିଛ ପ୍ରହସନ

ମିଛ ପ୍ରହସନ

1 min
5

କବିତା - ମିଛ ପ୍ରହସନ
 ରଚନା - ପଞ୍ଚାନନ ଜେନା
ତାରିଖ -୨୧-୧୦-୨୦୨୫
 ++++++++++++++++
 ଅନ୍ତହୀନ ନୀଳାମ୍ବୁ ଆକାଶ ପରି
 ଦନ୍ତହୀନ ଶୂନ୍ୟ ଦିଗବଳୟ ପରି
ଜୀବନ ଯୌବନ ପଡ଼େ ଉଜାଡି

 ଚାରିଦିନର ଠିକା ଆୟୁଷ ଧରି
କେଇ ଘଣ୍ଟାର ଫଟା ନିଃଶ୍ଵାସ ଭରି
 ଯନ୍ତ୍ରଣା କାତର ମଣିଷ ପଡ଼େ ଖସଡି

 ସତରେ କ'ଣ
 ଏ ଜୀବନ ଯଉବନ
 ଫୁଲଦାନୀର ଫୁଲଛଡି ପରି ମିଛ ପ୍ରହସନ?

 ସୀମାହୀନ ସମସ୍ୟାର ଚାଙ୍ଗୁଡି ପରି
ଗଣ୍ୟମାନ୍ୟ କେତେଟା ସମାଧାନ କରି
ଜୀବନ ଏଠି ଯାଉଛି ସରି ତରି କାନ୍ଦୁରୀ

 ଦିଶାହୀନ ମୁଠା ମୁଠା କର୍ତ୍ତବ୍ୟ ହର୍ତ୍ତବ୍ୟ ସାରି
 ନିଶାହୀନ କଠା କଠା ଦାୟିତ୍ଵ ମୁଣ୍ଡେଇ ପାରି
 ଚପଲ ଫିତା ଏଠି ଯାଉଛି ଛିଣ୍ଡି ଘୋରି

 ସତରେ କ'ଣ
ଏ ଜୀବନ ଯଉବନ
 ଅନୁସନ୍ଧାନୀ ନାଟକ ପରି ମିଛ ଉପାଖ୍ୟାନ ।

 ସୀମାହୀନ ଆଦିମ ଲାଳସା କଳସ ଧରି
 ଇଛାଧୀନ କଳା ବଜାରୀ କେଳେଙ୍କାରୀ କରି
 ଧର୍ମବାଣୀରେ ମୁଖରୀତ ଜୀବନ ସରଣୀ

ଆଶାହୀନ କୂଟ କପଟ ଲମ୍ପଟ ଚମ୍ପଟ ମାରି
 ଦିଶାହୀନ ଲୁଟ୍ ଲୁଣ୍ଠନ ବଣ୍ଟନ ଆବଣ୍ଟନ ସାରି
 ସମାଜ ଛାତିରେ ରାଜୁତି ହାକିମାତି କରଣୀ

ସତରେ କ'ଣ
 ଏ ଜୀବନ ଯଉବନ
 ପୃଷ୍ଠଭାଗେ ଅନ୍ଧକାର ଆରମ୍ଭେ ମିଛ ବାତାୟନ?

 ଅନ୍ତହୀନ ତୃଷ୍ଣା ତିତୀକ୍ଷାର ଦ୍ବାହୀ ଦେଇ
ତନ୍ତୁହୀନ ଜିଜ୍ଞାସା ଜିଗୀସାର ପଥ ଡେଇଁ
 ଅକାରଣେ ସ୍ଵାର୍ଥନ୍ୱେସୀ ହେଉଛି ପ୍ରବୀଣ

 ସୀମାହୀନ କର୍ତ୍ତନ ଦଂଶନ ମରଣ ପାଇ
 ବିମାହୀନ ଅସାଧୁ ଅନୀତି ଦୁର୍ନୀତି ଦେଇ
 ଜାଣିଛେ ଭାଗଶେଷ ପରା ଶୂନ୍ୟ ମରଣ

 ସତରେ କ'ଣ
 ଏ ଜୀବନ ଯଉବନ
ଡହଳ ବିକଳ ସମୀର ପରି ମିଛ କାବ୍ୟାୟନ?

 ଫୁଲପରି କୋମଳ ହସପାଖୁଡ଼ା ଧରି
 ଖୋଲା ମେଲା ଜିଇଁବାର ଭରସା କରି
ଶେଷ ଶ୍ରାବଣରେ ଖୋଜୁଛି ମଳୟ ଫଗୁଣ

 ଇଚ୍ଛାହୀନ ଅବସ୍ଥା ଦୂରାବସ୍ଥା କଣ୍ଠାଗ୍ରତ କରି
 ଆଶାହୀନ ବଳ ବୟସ ଅହଙ୍କାର ଗଣ୍ଠିଲି ମାରି
 ଶେଷ କାର୍ତ୍ତିକରେ ଖୋଜୁଛି ଶାରଦୀୟ ପାର୍ବଣ

 ସତରେ କ'ଣ
ଏ ଜୀବନ ଜଉବନ
 ଅଦିନେ ଆମିଷ ଭକ୍ଷଣ ପରି ମିଛ ଜଳପାନ?


Rate this content
Log in

Similar oriya poem from Tragedy