STORYMIRROR

Tapaswini DashSarangi

Abstract Drama Inspirational

3  

Tapaswini DashSarangi

Abstract Drama Inspirational

ମିଛ ମାୟା ସଂସାରସବୁ ଏଠି ଅସାର

ମିଛ ମାୟା ସଂସାରସବୁ ଏଠି ଅସାର

1 min
160

ତୁଚ୍ଛ ଏ ଜନମ ମିଛ ଏ ସଂସାର

ମାୟା ଖେଳେ ଖାଲି ଖେଳ

ଦୂର କରିଦେବେ ତୋର ପରିଜନ

ଆସିବ ଯେବେ ତୋ କାଳ।

ଯାହାକୁ ନିଜର ଭାବୁଛୁରେ ଧନ

ଗରବେ ଛାତି ବାଡେଇ

ସେହି ହେବେ ପର ମଶାଣି ପଠାରେ

ଆସିବେ ତତେ ଅଡେଇ।

ଅଢ଼େଇ ଦିନକୁ ଅସଂଖ୍ୟ ବଡେଇ

କଷିନୁ ଜୀବନ ଅଙ୍କ

କାହିଁକିରେ ମନ ହେଉଛୁ ଉଛନ

ଦେହେ ବୋଳି ମାୟା ପଙ୍କ।

ଜନନୀ ଅଙ୍କରେ ଜନ୍ମ ସମୟରେ

ଖୋଜୁଥିଲୁ ପରିଚୟ

ଆଜି ଅହଂକାରେ ହେଉଛୁ ମତ୍ତରେ

ବୁଦ୍ଧି ହେଲା ଅପଚୟ।

ମୁଁ କାର ଗର୍ଜନେ କମ୍ପମାନ ହୁଏ

ତୋର ପାଖ ପରିବେଶ

କେହି ରହି ନାହିଁ ରହିବେ ନାହିଁରେ

ହୋଇବେ ସଭିଏଁ ଶେଷ।

ଜପୁ ନାହୁଁ ବାବୁ ଶ୍ରୀଜଗଦୀଶଙ୍କୁ

ଧନ ଲୋଭେ ଲୋଭୀ ହୋଇ

ପାହୁଲେ ଯିବନି ସାଥୀରେ ଧନରେ

ସବୁ ଯିବୁ ଥୋଇ ଦେଇ।

କିଛି ତୋର ନୁହଁ କିଛି ଆଣିନାହୁଁ

ଆସିଲୁ ଉଲଗ୍ନ ଦେହେ

ଗୋଟିଏ ରାତିକୁ ଆୟୂଷ ନିଅଣ୍ଟ

କାଳ କାନେ କାନେ କହେ।

ପୁଅ ଝିଅ ଭ୍ରାତା ପିତା ଅବା ମାତା

ସ୍ଵାମୀ ହେଉ କିବା ଜାୟା

ଭଣ୍ଡେଇ ଦେବେରେ ଅଧା ବାଟେ ତୋତେ

ସରିଗଲେ ସବୁ ମାୟା।

ବାଇମନ ଭଜ ପ୍ରଭୂଙ୍କ ପଦକୁ

ତାଙ୍କ ବିନା ନାହିଁ ଗତି

ଆୟୂଷ ପାକଳ ହୋଇଲେରେ ବାବୁ

ମିଳିବ କାଳେ ସଦ୍ଗତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract