STORYMIRROR

Sarojini Jena

Tragedy

3  

Sarojini Jena

Tragedy

ମିଛ ମାୟା ମରୀଚିକା

ମିଛ ମାୟା ମରୀଚିକା

1 min
191


ଏ ଜୀବନ ତୀରେ ଜଣାଏ ପ୍ରଭୁ ହେ

ତୁମେ ଏକା ଅନୁପମ,

ଏ ଘୋର ସଂସାର ମାୟା ଭରପୁର

ଲାଗେ ମରୀଚିକା ସମ....


ପତଙ୍ଗ ଯେପରି ଝାସ ଦେବା ପାଇଁ

ଅଗ୍ନି ପାଶେ ଯାଏ ଧାଇଁ,

ଜାଣେନା କି ହେବ ଶେଷ ପରିଣତି

ମନରେ ଆଶଙ୍କା ନେଇ......


ସୁନ୍ଦର ଛବିକୁ ଦେଖିଦେଲେ ଟିକେ

ମନ ହୁଏ ଆନନ୍ଦେ ବିଭୋର,

କିଏ ସେ ଜାଣିଛି ଏ ମିଛ ମରୀଚିକା

ଘାରିଛି ସଭିଙ୍କ ମନର.....


କ୍ଷଣିକ ଆନନ୍ଦ ପାଇବାକୁ ଟିକେ

ରଙ୍ଗୀନ ସପନ ଆଖିରେ ଦେଖେ,

ସେ ସପନ ପୁଣି ଅଧା ରହିଯାଏ

କେତେ ଅବସୋସ ରଖେ.....


ମାୟା ମିରିଗ ଥିଲା ସୁବର୍ଣ୍ଣର ଛବି

ଏକଥା ନ ପଡିଲା ଜଣା,

ପୁରାଣ ଯୁଗରୁ ଏ କଥା ପ୍ରମାଣ

ମା ସୀତା ହୋଇଥିଲେ ବାଟ ବଣା...


ହାତ ପାଆନ୍ତାରେ ସବୁକିଛି ସୁଖ ଅଛି

କିଛି ପୁଣି ସୁଖ ନାହିଁ,

ସବୁ ସୁଖ ଦିନେ ପାଣି ଫୋଟକାରେ

ମାୟା ମରୀଚିକା ହୋଇ.....


ନ ହୋଇ ବିମୁଖ ଦର୍ଶନେ ଲଭ ସେ କଳାଶ୍ରୀମୁଖ

ଶେଷ ଆଶ୍ରା ସିଏ ହେବ,

ଏ ମାୟା ବନ୍ଧନୁ ମାୟାର ସହରୁ

ଶାନ୍ତିରେ ବିଦାୟ ଦେବ.......


ମିଛ ମାୟା ଏହି ସଂସାରଟା ପରା

କେହି ନୁହେଁ ପୁଣି କାର,

ମୁଁ ମୁଁ ବୋଲି ଶବଦ ଘାରୁଛି

କେବଳ ଅହଂକାର ହୃଦୟର.....


ଟିକିଏ ନିଃଶ୍ୱାସ ଛାତିରେ ଅଟକି

ଯେବେ ଏ ଜୀବନ ଦୀପ ଲିଭିବ,

ମାୟା ନଗରୀରୁ ଏକା ଚକାଡୋଳା

ବୈକୁଣ୍ଠେ ନେଇ ରଖିବ......


ବେଳହୁଁ ସଜାଗ ଭଜ ହରିନାମ

ହୃଦୟରେ ରାମ ଜପ,

ମାୟା ମରୀଚିକା ଦୂରେଇ ସେ ଯିବ

ଧୋଇଦେବ ସବୁ ପାପ.....


ଏ ଜନମ ଅଟେ କେତେ ପୂଣ୍ୟ ବଳେ

ନିତ୍ୟବନ୍ଦୀ ହରି ମୁଖ,

ସଂସାର ସାଗରୁ ପାରିକରିଦେବେ

ନ ହୋଇ ପ୍ରଭୁ ବିମୁଖ...... ll


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy