ମିଛ କହୁଥିବା ମଣିଷମାନେ !
ମିଛ କହୁଥିବା ମଣିଷମାନେ !
ମିଛ କହୁଥିବା ମଣିଷମାନେ....
ସତ କହି ଶତ୍ରୁ ହବା ଅପେକ୍ଷା
ଅନେକ ପସନ୍ଦ କରନ୍ତି
ମିଛ କହି ମହାନ ହେବାକୁ,
ସେମାନେ ହିଁ ସମୟର ଅବସ୍ଥିତି ନ ବଦଳି
ମନର ରଙ୍ଗ ଅତି ସହଜରେ
ବଦଳେଇ ପାରନ୍ତି....।
ମିଛ କହୁଥିବା ମଣିଷମାନେ....
ସମୟର ଅବସ୍ଥିତି ନ ବଦଳୁ ହିଁ
ଚାରିଜଣ ଖୋଳପା ପିନ୍ଧା ମଣିଷର
ମହାତ୍ମା ବୋଲକରେ
ହରେଇ ବସନ୍ତି ବଳକିଥିବା
ଅଧା ପୋଡା ଜ୍ଞାନବୀଜ ।
ମିଛ କହୁଥିବା ମଣିଷମାନେ....
ନିଜକୁ ଆଇନାର ପଛ ପଟେ ରଖି
ବଜାର ବସାନ୍ତି ବେନାମୀ ଇଲାକାରେ
ଅଜଣା ଠିକଣାରେ ମାଜିମଜ୍ଜି
ସଉଦା କରନ୍ତି ହାଟରେ ବିକା ଇଜ୍ଜତ ।
ମିଛ କହି ମହାତ୍ମା ହେବା ତ ସହଜ
ହେଲେ ମିଛର ଆୟୁଷ ଯେ ଅଳ୍ପ ଦିନ
ହିସାବ ନ ଥାଏ ସେମାନଙ୍କ ପାଖରେ,
ଦେହର ବାସ୍ନାକୁ ନିଲାମ କରି
ତୁଳସୀ ପରି ପବିତ୍ର ହେବା ବି
କମ୍ ସହଜ ନୁହେଁ,
ମିଛ.... ପାପ, ସତ... ପବିତ୍ର ବୁଝି ପାରିଲେ ହେଲା ।।
