ମିଛ ଦୁନିଆ
ମିଛ ଦୁନିଆ
ସ୍ମୃତିର ଶେଫାଳୀ ଅଳ୍ପକ୍ଷଣେ ଟଳି
କରିଯାଏ ଏହା ବ୍ଯକ୍ତ ।
ମିଛର ଦୁନିଆ ଦୁଇପଟେ ନିଆଁ
ଜନମ ମରଣ ସତ୍ଯ ।
ମିଥ୍ଯା ଯଜ୍ଞାନଳେ ପଡନ୍ତି ସକଳେ
ସ୍ବାର୍ଥକୁ କରି ସାରଥି ।
ମୋରମୋରହୋଇ ମିଥ୍ଯାରେ ଘୂରଇ
ଜୀବନ ରଥରେ କ୍ଷିତି ।
ଯେଉଁ ଦାରା ସୁତ ପାପ ଅପ୍ରମିତ
ସ୍ବଅର୍ଜିତ କର୍ମମାନ ।
ବାହୁଡା ଲଗନେ ସ୍ବକର୍ମର ଗୁଣେ
ଆପେ ଲଭିବୁ କଷଣ ।
କର୍ମ ଅନୁସାରେ ଅଭିନୟ ତୁମ
ଜୀବନ ଗୋଧୂଳି ଲଗ୍ନ । ଼
ପଶ୍ଚାତାପ ବିନା କଷଣ ସରେନା
ଦୁନିଆର ମିଥ୍ଯା ସ୍ବପ୍ନ ।
>
କୁଟୁମ୍ବ ସ୍ବଜନ ସୁଖର ବନ୍ଧନ
ମିଛ ଦୁନିଆର ଖେଳ ।
ସୁଖେ ହେବେ ସାଥି ଦୁଃଖର ପୟଧି
ସାହାଏକା ଆଦିମୂଳ।
କି,ମାୟା ରଚିଲ ବିଶ୍ବାସର ଖେଳ
ଅବିଶ୍ବାସ ହୁଏ ସାଥି ।
ଜୀବନ ସୋପାନ ଉତ୍ଥାନ ପତନ
କ୍ଷଣଭଙ୍ଗୁର ଧରିତ୍ରୀ ।।
ସବୁମାୟା ଭୂଲି ଜୀବନର ତରୀ
ଲଗାଅ ଭବ ବାରିଧି ।
ହେ ବିଶ୍ବନିୟନ୍ତା ତୁମ ଅନୁଗତା
ମିଛ ଦୁନିଆ ପୟଧି।
ଏ'ପାପ ପଙ୍କରୁ ପାଇବି ନିସ୍ତାର
ଆତ୍ମା ହୋଇବ ପବିତ୍ର ।
ମିଛ ଦୁନିଆରୁୁ ମୁକତି ଲଭିବି
ସାହା ହେବେ ଲକ୍ଷ୍ମୀକାନ୍ତ ।