ମିଛ ଚେହେରା
ମିଛ ଚେହେରା
ମିଛର ବସ୍ତି ରେ ଘର ମୋର,,
ସତ ର କୁଡିଆ ଅନତି ଦୂର ।
ସମସ୍ତ ଙ୍କ ମୁଖେ ମିଛ ର ମୁଖା,,
ସରଳ, ସତ୍ୟ, ନିଷ୍ଠାରେ ଚେହେରା ଢ଼ଙ୍କା ।
ମୁଖା ତଳେ ମିଛର କଳା ବାଦଲ,,
ଢାଙ୍କି ହୋଇ ରହିଥାଏ ମନେ ସମସ୍ତଙ୍କର ।
ଅଦ୍ଭୁତ ଏ ଦୁନିଆ ଦୁନିଆର ରୀତି,,
ସ୍ଵାର୍ଥ ଅହଂକାର ମନେ ସମସ୍ତଙ୍କ ଭର୍ତ୍ତି ।
କଥା ତ କହନ୍ତି ମଧୁର ମଧୁର,,
ଛଳନା ର ଶବ୍ଦେ ସଜ୍ଜିତ ସୁନ୍ଦର ।
ମିଛର ବସ୍ତି ରେ ଘର ମୋର,,
ସତ ର କୁଡିଆ ଅନତି ଦୂର ।
ବିଶ୍ଵାସୀ ସାଜନ୍ତି ବିଶ୍ଵାସୀ ହୁଅନ୍ତି,,
ବିଶ୍ଵାସ ରେ ବିଷ ଦେଇକି ଯାଆନ୍ତି ।
ସବୁ ବେଳେ କି ରାତି ରହିଥାଏ,,
ସୂର୍ଯ୍ୟ ଆଲୋକ ରେ ଦୂରେ ଯାଇଥାଏ ।
ସେ ମିଛ ର ପରଦା ସ୍ଵଳ୍ପ ଦିନ,,
ଚିରି ଚିରି ଯାଏ ରହେନା ଚିହ୍ନ ।
ମଣିଷ ଚିହ୍ନିବା ଏଠି ଅନେକ କଷ୍ଟ,,
ଏହି ମଣିଷ ହିଁ ମଣିଷ ର କରେ ଅନିଷ୍ଠ ।
ଛାଇ ପଛର ଚେହେରା କଳା ଅନ୍ଧକାର,,
ଦୁରେଇ ରହିବା ହିଁ ଅଟେ ଶ୍ରେୟସ୍କର ।
ମିଛର ବସ୍ତି ରେ ଘର ମୋର,,
ସତ ର କୁଡିଆ ଅନତି ଦୂର ।
