STORYMIRROR

Anita Dash

Classics Inspirational Others

3  

Anita Dash

Classics Inspirational Others

ମହତ୍ତର ହୁଏ ନର

ମହତ୍ତର ହୁଏ ନର

1 min
240


ଗିଲିଟି ଗହଣା ପୁଟ ବେଢ଼ି ହୋଇ ଚମକାଇ ଦିଏ ମନ

ଅଲୋଡ଼ା, ସାଇତା ଶୁଦ୍ଧ ସୁନା ମୁଣ୍ଡା ଦିଶଇ କେଡ଼େ ମଳିନ।

ସମୟ ଝଡ଼ରେ ଗିଲିଟିର ତେଜ ଫିକା ଫିକା ପଡିଯାଏ

ହେଲେ ସେ ମଳିନ ଶୁଦ୍ଧ ସୁଵର୍ଣ୍ଣଟି ଅମଳିନେ ହସୁଥାଏ।


ଜୋହରିଟି ସିନା ପରଖି ପାରଇ ଶୁଦ୍ଧ ସୁବର୍ଣ୍ଣର ଭାଉ

ଭିଡ଼ ବଜାରର, ଜାକ ଜମକରେ ଅଦରକାରୀସେ ରହୁ।

ଛାଂଚେ ଢଳେଇଲେ, ଅନଳେ ଦହିଲେ ସୁନା ଝଳି ଝଳି ଯାଏ

ଦୁଃଖ ଦୁରୁଦିନେ ସ୍ଥିତପ୍ରଜ୍ଞ ଜନ ପ୍ରଜ୍ଞା ଖେଳି ଖେଳି ଯାଏ।


ଜୀବନ ଯେଉଁଠି ଆୟୁଷରେ ସରି ମରଣ ମୁହଁକୁ ଧାଏଁ

ଭଲମନ୍ଦ,ପାପପୂଣ୍ୟ ଯେଉଁ ଠାରେ ଆପେକ୍ଷିକ ହୋଇ ରହେ।

ମଣିଷ ସୁଲଭ ହୃଦୟଟି ନେଇ ଜୀଵନକୁ ଗଲେ ଜୀଇଁ

ଘଟ ଛାଡ଼ି ଗଲେ ଘାଟ କହୁଥିଵ ଭଲ ମଣିଷଟେ ସେହି।


ନିରିମଳ ମନେ ମହତ ଚେତନା ମହତ କରମେ ସ୍ଥିର,

ମହତ କରମେ ଉତ୍ତମ ସଂସ୍କାର, ମହତ୍ତର ହୁଏ ନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics