ମହୋଦଧି
ମହୋଦଧି
ତୁମେ ତ ସମୁଦ୍ର ଶାନ୍ତ ସ୍ନିଗ୍ଧ କମନୀୟ
କେବେ ଆର୍ଯ୍ୟ ତୁମେ ରୁଦ୍ର
କେବେ ବି ଅଶାନ୍ତ ପ୍ରହେଳିକା ପୂର୍ଣ୍ଣ
ରନ୍ଦ୍ରରେ ରନ୍ଦ୍ରରେ ଆର୍ଦ
ତୁମରି କୁହୁକ ସାତତାଳ ସିନ୍ଦୁକ
ଆଜିବି ଜଗାଏ ପ୍ରଶ୍ନ
ତୁମ ଉତ୍ପତ୍ତି ତୁମ କଳନାରେ ମନ
ପ୍ରଶ୍ନରେ ଅନେକ ଚିହ୍ନ
ତୁମେ ପାରାବାର ତୁମ ନୀଳ ଜଳ
ନୀଳିମାରେ କେତେ କଥା
ଜଗନ୍ନାଥ ଆରାଧ୍ୟ୍ୟ ଦାରୁଭୂତ ଦେବତା
ପ୍ରଣିପାତ କରନ୍ତି ନୁଆଁଇ ମଥା
ତୁମ ଉଦାରତା ନୀରବତା ତୁମ ସିଗ୍ଧତା
ଜଗାଏ ଅନେକ ଦ୍ଵନ୍ଦ
ସତେ କଣ ମହୋଦଧି ତୁମ ବିଶାଳତା
ମାପିବାକୁ କେହି ଜନ୍ମ?
ତୁମକୁ ମୁଁ ଥରେ ଡାକେ ଆବେଗରେ
ନିଜ କଥା ନିଜେ କୁହ ସମୁଦ୍ର
ବୁଝକି ନବୁଝ ମନର ଆକୁଳ ବିକଳ
ଅଚଳ ଅଥଳ ଜଳର ମହାର୍ଦ
ତୁମ ରଙ୍ଗ ବାଘନିଶହନାଲା ଏକତ୍ରିତେ
ଦିଶି ଯାଏ ନୀଳ ସବୁଜ
ଆଉ ଯେତେ ରଙ୍ଗ ଲୁଚାଇଛ କାହିଁ
ଆଖିପାଏନା ଧରାରୁ ମେଘ
ଆକାଶ ଛାତିରେ ତାରାମାନେ ରାତିରେ
ଲେଖନ୍ତି କବିତା ଗୀତ
ତୁମେ ହିଁ ପ୍ରେମିକ ଅନେକଙ୍କ ହୃଦୟର
ସଦ୍ଭାବନା ସମ୍ଭାବନା ସାରସ୍ୱତ ।।