Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prusty Bilasini

Abstract Classics Others

4.5  

Prusty Bilasini

Abstract Classics Others

ମହାଶିବରାତ୍ରୀ ନାମ ଜାଗର

ମହାଶିବରାତ୍ରୀ ନାମ ଜାଗର

1 min
369


ଜାଳୁଛି ଜାଗର ଆହେ ଉମାହର

ଚରଣ ଯୁଗଳ ତଳେ

ଶରଣ ପଞ୍ଜର ବାନା ଭୋଳାବାବା

ଉଡ଼ାଇଛ ମହୀତଳେ ।


ଆହେ ପଶୁପତି ହେ ଅଖଣ୍ଡଜ୍ୟୋତି

ଦେବ ଦେବ ମହାଦେବ 

ଆହେ ପୂର୍ଣ୍ଣବ୍ରହ୍ମ ଆହେ ନିରଞ୍ଜନ

ସୃଷ୍ଟିର ଅୟମାରମ୍ଭ ।


ପୂଜଇ ପୟର ହେ ଉମାଶଙ୍କର

ସୃଷ୍ଟି ହୁଅଇ ଅସ୍ତିର

ପ୍ରଳୟ କାଳରେ ଧର୍ମ ସଂସ୍ଥାପନା 

କରନ୍ତୁ ଭୋଳାଶଙ୍କର ।


ତୁମେ ଆଦିଅନ୍ତ ତୁମେହିଁ ଅନନ୍ତ

ମହାରୁଦ୍ର ମହାଯୋଗୀ

ମୁୁଁ ଛାର କିଙ୍କର ଦାସ ପ୍ରଭୂ ତୋର

ହୋଇଛି ସଂସାର ତ୍ୟାଗୀ ।


ଜାଳୁଛି ଜାଗର ଏ ସାରା ସଂସାର

ଦୁଃଖ ଯାଉ ଦୂର ହୋଇ

ଆଖଣ୍ଡଳମଣି ନାମକୁ ତୁମର

ସାର୍ଥକ କର ଗୋସାଇଁ ।


ସୃଷ୍ଟିର ରହସ୍ୟ ତୁମେ ଭେଦ କର

ତୁମକୁ ତ ସବୁ ଜଣା

ତୁମରି ସୃଷ୍ଟିକୁ ରକ୍ଷାକର ପ୍ରଭୂ

ହୋଇଛନ୍ତି ବାଟ ବଣା

ସବୁତ ତୁମକୁ ଜଣା ।


Rate this content
Log in

Similar oriya poem from Abstract