ମହାପୁରୁଷ ବାପୁ
ମହାପୁରୁଷ ବାପୁ
ଅକ୍ଟୋବର ଦୁଇ
ଗୁଜୁରାଟେ ଉଇଁଥିଲା ଏକ ଚାନ୍ଦ
ନାଁ ଥିଲା ମୋହନ ଦାସ କରମ ଚାନ୍ଦ ।
ଯେ ତୁଳସୀର ଦୁଇ ପତ୍ର ଭଳି
ଵିତରି ଥିଲେ ଦର୍ଶନ
ତିନି ଵାନର ମୂର୍ତ୍ତିରେ
ଦେଖା ଶୁଣା କହିବାର
ଦେଇ ଵାର୍ତା ସଂଯମର ।
ଦିନେ ସେଇ ଯୁବ ଆଇନ ଛାତର
ଲମ୍ଫ ଦେଲେ ମାଆ ମାଟି ପାଇଁ
ପିନ୍ଧି ଆଣ୍ଠୁ ଦିଶୁଥିବା ପରିଧାନ
ଖୋସି ଅଣ୍ଟାରେ ଘଣ୍ଟା
ଦେଇ ବାର୍ତ୍ତା ତ୍ୟାଗ ସମୟାନୁବର୍ତ୍ତୀତାର ।
ନେଇ ମନ୍ତ୍ର ଅହିଂସା ସତ୍ୟ ସ୍ୱାଧୀନତା ଅସ୍ଫୄଶ୍ୟର
ଚଢ଼ି ଥିଲେ ପାହାଚ
ଅସହଯୋଗ ସତ୍ୟାଗ୍ରହ ଭାରତ ଛାଡ଼ର
ଯାହା କରିଥିଲା ତାଙ୍କୁ ବାପୁ
ଜାତିର ଜନକ ମହତ୍ମାଗାନ୍ଧୀ ।
ଫିଙ୍ଗି ଗୁଳି ଭାଙ୍ଗି ଚୁକ୍ତି
ଲୁଣ୍ଠନ ଅତ୍ୟାଚାର ଵନ୍ଧୁକ ମୁନର
ଫିରିଙ୍ଗି ମାନିଲା ହାର ଫକୀର ଆଗର ।
ରାମଧୂନ କରିଥିଲା ତାଙ୍କୁ
ସାବରମତୀର ସନ୍ଥ,
ବାର୍ତ୍ତା ଥିଲା କର୍ମର
ସ୍ୱରାଜ ସ୍ୱଦେଶୀ ସ୍ୱାଭିମାନର,
ଚରଖା ଥିଲା ସଂକଳ୍ପ
ତ୍ରିରଂଗା ଆଉ ସ୍ୱାଧୀନତାର ।
କିଏ ଜାଣିଥିଲା
ଦିନେ ସେ ମହାପୁରୁଷ
ଟଳି ଯିବେ ପ୍ରାର୍ଥନା ସଭାରେ
ଆତତାୟୀ ଗୁଳିରେ
' ହେ ରାମ ' ଉଚ୍ଚାରିବା ପରେ ।
