STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମହାପ୍ରଭୁଙ୍କର ଘୋଡଲାଗି ବେଶ

ମହାପ୍ରଭୁଙ୍କର ଘୋଡଲାଗି ବେଶ

1 min
254


କାର ଶାକ୍ତି ଅଛି ବର୍ଣ୍ଣିବ ତୋ ରୂପ

ଦିବ୍ୟ ବେଶ ଧରୁ ତୁହି

ଶୀତ କାଳେ ତୋର ଘୋଡଲାଗି ବେଶ

ଦେଉଛୁ ଭକ୍ତଙ୍କୁ ମୋହି !!


ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀ ଠାରୁ

ମାଘର ଶୁକ୍ଳ ସପ୍ତମୀ

ବିଭିନ୍ନ ବାରରେ ବିଭିନ୍ନ ପୋଷାକ

ବିନ୍ଧୁ ଥାଉ ଅନ୍ତର୍ଯ୍ୟାମୀ 


ଶୀତ ତୁ ଭିଆଣ କରିଛୁ ଠାକୁର

ବୃଦ୍ଧ ଯେ କମ୍ପୁଛି ଶୀତେ

ଦେଉଛି ଟି କଷ୍ଟ ଶୀତୁଆ ପବନ 

ଜୀବ ଅଛନ୍ତି ଯେ କଷ୍ଟେ !!


ଘୋଡଲାଗି ବେଶେ ଦେଖୁଛି ନୟନ

ବୁଝ ତାଙ୍କ ଯନ୍ତ୍ରଣାକୁ

ଭିନ୍ନ ଭିନ୍ନ ବାରେ ଭିନ୍ନ ପରିଧାନ 

ଦେଖ ତୁ ତାଙ୍କ କଷ୍ଟକୁ !!


ଅଟୁ ସୃଷ୍ଟିକର୍ତ୍ତା ଜାଗତ ଈଶ୍ଵର

କରି କରାଉ ହେ ତୁହି

ନାହିଁଗତିକାର ବ୍ରହ୍ମାଣ୍ଡ ଠାକୁର

କରି କି ପାରିବେ କେହି !!


ଚହଳ ପଡ଼ିଛି ତୋର ପୁରୀ ଧାମେ 

ଭକ୍ତ ତହିଁ ଭକ୍ତି ଚିତ

ଆନନ୍ଦିତ ମନ ଦେଖି ଘୋଡଲାଗି 

ମନ ପ୍ରାଣ ପ୍ରଫୁଲ୍ଲିତ !!


ଶୀତ କାହିଁ ତାର ଚାହିଁ ରହିଅଛି

ଦିବ୍ୟ ଯେ ବେଶକୁ ତୋର

ମନବାଞ୍ଛା ପୂର୍ଣ୍ଣ କର ତୁ ଈଶ୍ୱର

ପ୍ରଭୁ ତୁହି ନିରାକାର !!




Rate this content
Log in

Similar oriya poem from Abstract