STORYMIRROR

Pratima Satpathy

Classics

4  

Pratima Satpathy

Classics

ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା.

ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା.

1 min
265



ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ

    ମହାପ୍ରଭୁ ଜଗନ୍ନାଥ

ବଡ଼ ଭାଇ ସାନ ଭଉଣୀଙ୍କୁ ନେଇ

    କରନ୍ତି ଗୁଣ୍ଡିଚା ଯାତ ।


ଜନ୍ମ ବେଦୀରେ ଲୀଳା ଖେଳା କରନ୍ତି

    ନଅଦିନ ପରିଯନ୍ତେ

ବାହୁଡା ଦଶମୀରେ ବାହୁଡ଼ି ଥାନ୍ତି

   ଆନନ୍ଦରେ ବସି ରଥେ ।


ମାଉସୀ ମାଆର ମନରେ ବିଷାଦ

   ଗୃହ ହୋଇଗଲା ଶୂନ୍ୟ

କଳା ଚାନ୍ଦ ପାଇଁ ଜନ ଗହଳିରେ

   ହେଉଥିଲା ପରିପୂର୍ଣ୍ଣ ।


ମାତାଙ୍କୁ ବୁଝାଇ ଦେଲେ ମହାପ୍ରଭୁ

   ମନ ଦୁଃଖ କରନାହିଁ

 କଥା ଦେଉଅଛି ଆର ବରଷକୁ 

    ଆସିବି ଲୋ ଦୟାମୟୀ ।


ତିନି ରଥେ ତିନି ଠାକୁର ଥାଆନ୍ତି

     ଦଉଡି ଟାଣନ୍ତି. ଭକ୍ତ

ହରିବୋଲ ହୁଳହୁଳି ପଡୁଥାଏ

    ଘଣ୍ଟ ଘଣ୍ଟା ନିନାଦିତ ।


ଦୁଇହାତ ଟେକି ନାଚନ୍ତି ଭକତେ

   ଜୟ ଜଗନ୍ନାଥ

ଶବ୍ଦେ

ଉଛୁଳି ଉଠଇ ନୀଳାଚଳ ଧାମ

    ରଥର ଘର୍ଘର ନାଦେ ।


ବାହୁଡ଼ାରେ ବାହୁଡ଼ନ୍ତି ପରଂବ୍ରହ୍ମ

   ଦର୍ଶନେ ମିଳଇ ମୁକ୍ତି

ମାନବୀୟ ଲୀଳା ସ୍ୱୟଂ ମହାପ୍ରଭୁ

   ଶ୍ରୀକ୍ଷେତ୍ରରେ କରିଥାନ୍ତି ।


ବରଷକେ ଥରେ ଯାଆନ୍ତି ରଥରେ

   ମାଉସୀ ମାଆ ମନ୍ଦିର

ବାହୁଡ଼ାରେ ଫେରିଥାନ୍ତି ଶ୍ରୀ ମନ୍ଦିର

   ଧନ୍ୟ ଲୀଳା ପ୍ରଭୁଙ୍କର ।


ଜୟ ଜୟ ପ୍ରଭୁ ନୀଳଗିରିନାଥ

    ଭକ୍ତଙ୍କ ତାରଣ ପାଇଁ.

ବାରମାସେ ତେର ଯାତ୍ରା କରିଥାନ୍ତି

   ମୋ ପ୍ରଭୁ କଳା ଗୋସେଇଁ ।


ପରମ ପବିତ୍ର ଅଟେ ଶଙ୍ଖ କ୍ଷେତ୍ର

   ନାହିଁ ତାର ପଟାନ୍ତର

ପାଦ ପଡିଗଲେ ଶ୍ରୀକ୍ଷେତ୍ର ରେ ଥରେ

    ମୁକ୍ତି ପାଇଯାନ୍ତି ନର ।

ରଥରେ ବାମନ ଦର୍ଶନ ନିମନ୍ତେ

   ଦେଶ ବିଦେଶରୁ ଭକ୍ତ

ଧାଇଁ ଆସିଥାନ୍ତି ନେତ୍ରେ ଦେଖିବାକୁ

    ହୋଇଯିବା ପାଇଁ ମୁକ୍ତ ।


Rate this content
Log in

Similar oriya poem from Classics