STORYMIRROR

Prafulla Kumar Tripathy

Classics

3  

Prafulla Kumar Tripathy

Classics

ମୋ ପେଁକାଳି ବଜାଇଦେ

ମୋ ପେଁକାଳି ବଜାଇଦେ

1 min
170

ହାତୀନେ ଘୋଡାଦେ

ମୋ ପେଁକାଳି ବଜେଇଦେ

ଏହା ଆମ ପିଲା ଖେଳର ସଂପର୍କ

ସେମିତି ଆମ ଜୀବନଟା

ପ୍ରିୟ ପରିଜନଙ୍କ ଭିତରେ

ଶରୀରଟା ବନ୍ଧା ।

ସଂସାରର ନାଟକ ଭିତରେ

କେତେ ବିଫଳ କେତେ ସଫଳ

ମାପିବା କଷ୍ଟକର ।

ଅଭିନୟ କରି କ୍ଳାନ୍ତ ପଥିକ ସାଜି

ମରୁଭୂମିର ମରୀଚିକା ପଥରେ ଧାଇଁ

ପୁନେଇ ଜହ୍ନ ଦେଖି ପାରେନା ପଥିକ

ହାତୀ ଘୋଡା ସଜ କରି 

ବସିବା ପାଇଁ ମନହୁଏ ଉଚ୍ଛନ୍ନ

ହେଲେ ସ୍ବାର୍ଥ,ହିଂସା ଖୋଜୁଛି

ଆଜି ସିଂହାସନ

ଯିଏ ଆଜି ଖୋଜୁଛି ସିଂହାସନ

ସିଏ କାଲି ହୁଏ ଫକିର

ବରଂ ଫକିର ବେଶ ସାଜି

ଅନ୍ତତଃ ବଜାଇ ଦେଲେ ପେଁକାଳିଟା

ସମସ୍ତେ କହିରେ ମୋ ପେଁକାଳି ବଜାଇଦେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics