STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଦୋଳ ଯାତରା

ଦୋଳ ଯାତରା

1 min
188

ଭଜନ,ଦୋଳ ଯାତରା

ସୁରେଶ ଚନ୍ଦ୍ର ପାଢୀ

ନେ ରେ କାହ୍ନା ତୁ ନେ

ତୋ ଦୋଳ ଯାତରାକୁ ନେ

ତୋ ରୂପକୁ ଦେଖିବି,ବେଶକୁ ଦେଖିବି

ଥରେ ତୁ ଅନେଇ ଦେ

ନେ ରେ କାହ୍ନା.....।


ବରଷକେ ଥରେ ଆସେ ରେ ଫଗୁଣ

ସାତ ରଙ୍ଗରେ ତୋ ହେଉଛି ମେଲଣ

ଘଣ୍ଟ ବାଦ୍ୟ ଶବଦେ ଦାଣ୍ଡ ପଡେ ଉଛୁଳି

ହରି ବୋଲ ସାଥେ ଶୁଭେ ହୁଳହୁଳି

ଭୋଗ. ବାଢ଼ି ଦେବି ,ଦୀପ ଜାଳି ଦେବି

ଥରେ ତୁ ଅନେଇ ଦେ

ନେ ରେ କାହ୍ନା......।


ବରଷକେ ଥରେ ପାଞ୍ଜି ପଢା ହୋଇବ

ଚାଚେରି ଭୋଗ ତୋ ପାଖେ ଲାଗିବ

ମୁକତି ମିଳିବ କରିଲେ ଦର୍ଶନ

ରାଧାଙ୍କ ସାଥିରେ କରୁଛୁ ଭ୍ରମଣ

ଅବିର ମୁଁ ଦେବି,ତୋ ପାଖକୁ ଯିବି

ଥରେ ତୁ ଅନେଇ ଦେ

ନେ ରେ କାହ୍ନା ତୁ ନେ

ତୋ ଦୋଳ ଯାତରାକୁ ନେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics