STORYMIRROR

samhita jena

Classics

3  

samhita jena

Classics

ପ୍ରେମ

ପ୍ରେମ

1 min
130

ପ୍ରେମ ଏକ ଅନୁଭବ

    ଜାଣିଲି ମୁଁ ଆଜି

ହୃଦୟରେ ତୁମକୁ ମୁଁ

   ପାଇଗଲି ଖୋଜି।


ଅତୀତର ପୋଥି ସିଏ

    ଖେଳେଇ ଦେଖୁଛି

ଅନୁଭୂତି ଗୁଡା ସେଠି

    ସ୍ପଷ୍ଟ ଲେଖା ଅଛି।


ଏକାନ୍ତରେ ପଢିବାକୁ

   ଭାରି ଭଲ ଲାଗେ

ତୁମ ଛବି ନାଚି ଉଠେ

 ମୋର ଆଖି ଆଗେ।


ନିଜ ଠାରୁ ଲାଗ ତୁମେ

  ଭାରି ଆପଣାର

ଦର୍ଶନରେ ବହିଯାଏ

 ଲୁହ ଦୁଇଧାର।


ମନେ ମନେ ଭାବେ ଦୁଃଖ

     କହିବି ତୁମକୁ

ଦର୍ଶନ ମାତ୍ରକେ ଭୁଲେ

    ନିଜେ ମୁଁ ନିଜକୁ।


ପ୍ରଶ୍ୱାସ ମୋ ଫେରି ଆସେ

     ତୁମ ପାଦ ଛୁଇଁ

ଅନୁଭବ କରେ ସ୍ପର୍ଶ

     ହୃଦୟରେ ମୁହିଁ।


ଯନ୍ତ୍ରଣା କାତର ହୃଦ

     ପାଏ ଉପଶମ

ମନେ ମନେ ଭାବେ ମୁହିଁ

 ଏଇ ବୋଧେ ପ୍ରେମ।


ମୋ ମଥାର ନାଲି ରଙ୍ଗ

   ତୁମ ପାଦେ ମାଖି

ଚୀର ଦିନ ପାଇଁ କରେ

    ମୋ କର୍ମର ସାକ୍ଷୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics