Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHADEV PARIDA

Classics

3  

SAHADEV PARIDA

Classics

ସଂସାରେ ସାର

ସଂସାରେ ସାର

1 min
171


ସଂସାର ମଧ୍ୟରେ ରାମ ନାମ ସାର

ଆଉ ସବୁ ଧୂଳି ଖେଳ ଘର

ପ୍ରତି କ୍ଷଣେ ସବୁ ବଦଳି ଚାଲିଛି

କେହିତ ନୁହେଁ ରେ ଚିର ।

ଏବର ନିଃଶ୍ବାସ ନାହିଁରେ ବିଶ୍ବାସ

ଘଟାଏ ସେ ଅଘଟଣ

ରାମ ନାମ ସାର ଏହି ଦୁନିଆରେ

ତାଙ୍କ ପାଦେ ନିଅ ଶରଣ ।

ଏପିଣ୍ଡରୁ ଯେବେ ପରାଣ ଛୁଟିବ

ସଭିଏଁ ବୋଲିବେ ଶବ

ଅଛୁଆଁ ହୋଇବ ଏ ମୃତ ଶରୀରର

ଘରେ ନ ମିଳିବ ଠାବ ।

ସମ୍ପର୍କିତ ଜନ ମିଳିତ ହୋଇଣ

ଶଶ୍ମାନେ ଦେଵେରେ ଜାଳି

ଧନ ସମ୍ପଦକୁ ଆବୋରି ରହିଣ

ଦେହକୁ ନେଵେରେ କିଳି ।

ଆସିଛୁ ଏକା ଯିବୁ ଏକା ଏକା

କେହି ନ ଯିବେ ସଙ୍ଗତେ

ରାମ ନାମ ସତ୍ୟ ଅଟଇ ଯୁକତ

ରହିବ ଜୀବର ସଙ୍ଗତେ ।



Rate this content
Log in

Similar oriya poem from Classics