STORYMIRROR

Birendra Sahu

Classics

3  

Birendra Sahu

Classics

ମୁଠାଏ ସୁଖ

ମୁଠାଏ ସୁଖ

1 min
190

ତେଲ ଲୁଣର ସଂସାର ଭିତରେ 

ମୁଁ ଆଜି କ'ଣ ନିଃଶ୍ବାସୀ।

ଜୀବନ ମୋ ଛଟପଟ ରକ୍ତ ସମ୍ପର୍କର

ଚହଦିରେ , ସ୍ୱତନ୍ତ୍ରତା ନାହିଁ ।

ଖାଲି ପାଣିଚିଆ ପାଣିଚିଆ ଲାଗେ

ଗାଢ଼ ଗୋଲାପି ରଙ୍ଗ ।

ଧୂମିତ ଧୂସର ନିଛାଟିଆ ସ୍ବର ହିନ

ସକାଳ ସତେଜ ଲାଗେନି ।

ପ୍ରଖର ଉତାପରେ ଝାଳେଇ ଯାଏ

ମୋ ରକ୍ତ ମାଂସ ଶରୀର।

ରାତିର ନିଶର୍ଦ୍ଦଟା ବଢାଇ ଦିଏ ମୋ

ନିଃସଙ୍ଗ ତା ଆହୁରି ଆହୁରି।

ମୁଠାଏ ସୁଖ ପାଇବା ପାଇଁ ମୁଁ

ଦିନ ରାତି ଏକାକାର କରିଦେଇଛି

ଯୂଉ ଲଗେଇ ଜୀବନକୁ ।

ପାଇଛି ତ କାଲି ଦୁଃଖର ବୋଇତ

ଥଳକୂଳ କିଛି ପାଉନି।

ବତୀଘର ମୋ ପାଇଁ ଅଦୃଶ୍ୟ ଅଟେ

କୂଆଁତାରାକୁ ମେଘ ଢାଙ୍କିଛି।

ଅଢେ଼ଇ ଦିନର ଯାତ୍ରାଟି ମୋର

ଉତ୍ତାରୟକୁ ଅପେକ୍ଷା କରି ବସିଛି

ମୁଠାଏ ସୁଖ ମୁଁ ଜୀବନ ରେ ଖୋଜୁଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics