ପ୍ରିୟା
ପ୍ରିୟା
ଅଳସି ନଈର ସଳଖ ନୁହଁଇ ଧାର
ପ୍ରିୟା ମୋ ଫୁଲେଇ ଭାରିଅଭିମାନି
କଥା ପାଣିର ଗାର ।
ତା ଗାଁ ରେ ଆଜି ଫଗୁଣ ଫେରିଛି
ଗାଧୁଆ ତୁଠ ତା ହଳଦୀ ବାସୁଛି
ଚହଲାଇ ପାଣିରେ ଚଗଲି ଖେଳୁଛି
କନକ ଗୋରୀ ସେ କଣେଇ ଚାହୁଁଚି
କଥା ଦେଇ ମୋତେ ମଗୁସୁରକୁ
ଭୁଲି ଗଲା ପ୍ରିୟା ନିଜର କରିବ ଆଉ କାହାକୁ ।

